ଜିଲ୍ଲା ସ୍ଥରୀୟ କ୍ରୀଡା ପ୍ରତିଯୋଗୀତା ଉଦଘାଟିତ
କୋରାପୁଟ,(ହେମନ୍ତ ପାଣଗ୍ରାହୀ): ଜାତୀୟ ସ୍ତରୀୟ ପରବ ୨୦୨୪ ଉପଲକ୍ଷେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଜୟପୁର ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଜିଲ୍ଲାପାଳ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଜିଲ୍ଲାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୁକ୍କାୟିତ ଖେଳାଳୀ ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ପରବ ଏକ ମାଧ୍ୟମ ଯଦ୍ୱାରା ନିଜ ପ୍ରତିଭାକୁ ପ୍ରଦର୍ଶନ କରି ରାଜ୍ୟ ଏବଂ ଜାତୀୟ ସ୍ତରରେ ନିଜର କୃତିତ୍ବ ହାସଲ କରିପାରିବେ। ଖେଳାଳି ମାନେ ନିଜ ବ୍ଳକ ସ୍ତରରୁ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରରେ ଅଂଶଗ୍ରହଣ କରୁଛନ୍ତି I ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଯେଉଁ ଛାତ୍ରଛାତ୍ରୀ ମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ରାଜ୍ୟ ସ୍ତରରେ ଖେଳିବାକୁ ସୁଯୋଗ ମିଳିବ। ଜୟପୁର ସ୍ପୋର୍ଟସ କମ୍ପ୍ଲେକ୍ସରେ ଆଥଲେଟିକ୍,ଏବଂ ସନ୍ତରଣ ପ୍ରତିଯୋଗିତା ରେ ୧୦୦ ମି, ୨୦୦ମି, ୪୦୦ମି,୮୦୦ମି ଦୌଡ,ଜାବଲିଙ୍ଗ ଥ୍ରୋ,ସଟଫୁଟ, ଡିଷ୍କାସ ଥ୍ରୋ ଓ ସନ୍ତରଣ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। ଆସନ୍ତା ଦିନରେ ଜିଲ୍ଲାର, କୋଟପାଡ଼ ଓ କୋରାପୁଟ ରେ ଅନ୍ୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବ ଏବଂ ଏହା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଯେଉଁ କ୍ରୀଡା ପ୍ରତିଭା ମାନେ ଚୟନ ହେବେ ସେମାନଙ୍କୁ ପରବ ମଞ୍ଚରେ ସମ୍ମାନିତ କରାଯିବ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଜ୍ଞାନଜିତ ତ୍ରୀପାଠୀଙ୍କ ପରିଚାଳନାରେ ଆୟୋଜିତ ଉତ୍ସବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟନାୟକ, ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଜୟପୁର ଉପଜିଲ୍ଲାପାଳ ସୁଶ୍ରୀ ଆକଭରାମ ଶସ୍ୟା ରେଡ୍ଡୀ ,ଜୟପୂର ତହସିଲଦାର ସବ୍ୟସାଚୀ ଜେନା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଜୟପୁର କ୍ରୀଡ଼ା ସମ୍ପାଦକ ରବି ନାୟକ ପରିଚାଳନାରେ ସହଯୋଗ କରିଥିଲେ।