ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ନକୁଳ ଚରଣ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ପ୍ରାକ୍ତନ ସଭାପତି ସୂର୍ଗତ ନକୁଳ ଚରଣ ଦାସଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ୱାଧୀନତା ସଂଗ୍ରାମୀ ସମିତିର କାର୍ଯ୍ୟକାରୀ ସଭାପତି ମକର ଚରଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀ, ଉତ୍ତରଦାୟାଦ ସଂଗଠନର କର୍ମକର୍ତ୍ତା, ସଦସ୍ୟ,ଉପଦେଷ୍ଟା ଓ ବୁଦ୍ଧିଜୀବିମାନେ ଯୋଗଦେଇ ନକୁଳବାବୁଙ୍କ ପାଇଁ ଏବଂ ଗତରାତିରେ ଶହୀଦ ହୋଇଥିବା ଆମଦେଶର ୨୦ଜଣ ସୈନିକମାନଙ୍କ ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ନକୁଳବାବୁଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଗାନ୍ଧୀବାଦୀ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ନକୁଳବାବୁ ଜଣେ ପ୍ରକୃତ ସଂଗ୍ରାମୀ ଥିଲେ । ଭୂଦାନ ଆନ୍ଦୋଳନରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତାଙ୍କ ବିୟୋଗରେ ଆମ ଜିଲ୍ଲା ଓ ରାଜ୍ୟ ଜଣେ ବିଶିଷ୍ଟ ଗାନ୍ଧୀବାଦୀ ନେତାଙ୍କୁ ହରାଇଲା । ଏହା ଆମ ପାଇଁ ଅପୁରଣୀୟ କ୍ଷତି । ତାଙ୍କ ପରିବାର ପକ୍ଷରୁ ଆସନ୍ତା ୨୪ତାରିଖରେ ଏକ ସ୍ମୃତିସଭା ଅନୁଷ୍ଠିତ ହେବାକୁ ନିଷ୍ପତି ନିଆଯାଇଥିବା ସୂଚନା ଦିଆଯାଇଛି । ଶ୍ରଦ୍ଧାଞ୍ଜଳି ସଭା ଶେଷରେ ନକୁଳବାବୁଙ୍କ ବିୟୋଗ ପରେ କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ନୂତନ ସଭାପତି ନିର୍ବାଚନ ପାଇଁ ସଂଗ୍ରାମୀ ଫକୀର ମୋହନ ଦାସଙ୍କ ପ୍ରସ୍ତାବ ଓ ସଂଗ୍ରାମୀ ମକର ଚରଣ ଦାସଙ୍କ ସମର୍ଥନ କ୍ରମେ ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କୁ ସଭାପତି ଭାବେ ମନୋନ୍ୱିତ କରାଯାଇଥିଲା । ସଂଗ୍ରାମୀ ମାନଗୋବିନ୍ଦ ମଳିକଙ୍କ ପ୍ରସ୍ତାବ ଓ ସଂଗ୍ରାମୀ ପାର୍ବତୀ ପ୍ରଧାନ ଏବଂ ନଟବର ପ୍ରଧାନଙ୍କ ସମର୍ଥନ ଦେଇ ବିମ୍ବାଧର ମୁଦୁଲିଙ୍କୁ ସର୍ବସମ୍ମତକ୍ରମେ ସଭାପତି ଭାବେ ସମର୍ଥନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମିତିର ଉପଦେଷ୍ଟା ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା,ଜିଲ୍ଲା ସାହିତ୍ୟ ସଂସଦର ସଭାପତି ଡଃ.ବାସୁଦେବ ଦାସ, ଶିକ୍ଷାବୀତ ଅଜୟ ସାମଲ, ସଂଗ୍ରାମୀ ଅନିଲ କୁମାର ଜେନା, ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ସଂଗ୍ରାମୀ ସମିତି ସମ୍ପାଦକ ଗୋପାଳକୃଷ୍ଣ ଜେନା, ଉତ୍ତରଦାୟାଦ ସଂଗଠନର ସଭାପତି ବିଚିତ୍ରାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି କୁଳମଣି ରାଉତ, ଉପସଭାପତି ବାଉରୀବନ୍ଧୁ ଦାସ, ସମ୍ପାଦକ ପଦ୍ମନାଭ ଦାସ, ସଂଗଠନ ସମ୍ପାଦକ ତୁଷାରକାନ୍ତି ଘୋଷ, ସହସମ୍ପାଦିକା ଦେବସ୍ମିତା ପରିଡା, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନ, ସଂଯୋଜକ ସଞ୍ଜୟ କୁମାର ଜେନା, କୁଞ୍ଜବିହାରୀ ପରିଡା, ମରୁତ ସ୍ୱାଇଁ ପ୍ରମୁଖ ଦାୟାଦମାନେ ଯୋଗଦେଇ ସଂଗ୍ରାମୀ ସୂର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ