ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ପୂର୍ବତନ ସଭାପତି ପୁରୁଷୋତ୍ତମ ନାୟକଙ୍କ ବାସଭବନ ନିକଟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସଂଗ୍ରାମୀ ମକର ଚରଣ ଦାସ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ବିମ୍ବାଧର ମୁଦୁଲି, ସ୍ୱାଧୀନତା ସଂଗ୍ରାମୀ ସମିତି ସମ୍ପାଦକ ଗୋପାଳକୃଷ୍ଣ ଜେନା, ଈଶ୍ୱର ଚନ୍ଦ୍ର ସାହୁ, ସଂଗ୍ରାମୀ ଦାୟାଦ ସଙ୍ଘର ସଭାପତି ବିଚିତ୍ରାନନ୍ଦ ନାୟକ, ସମ୍ପାଦକ ପଦ୍ମନାଭ ଦାସ, ବୈକୁଣ୍ଠ ନାଥ ନାୟକ, ଦାମୋଦର ଦାସ, ଧିରେନ୍ଦ୍ର କୁମାର ଦାସ, ସନ୍ଧ୍ୟାରାଣି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ