ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଓ ଉତ୍ତରଦାୟାଦ ସଙ୍ଘ ପକ୍ଷରୁ ଭ୍ରମରଦିଆପାଟଣାସ୍ଥିତ ଧୁଣ୍ଡାବାବା କଲୋନୀ ପରିସରରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଦେଶର କଷ୍ଟଲବ୍ଧ ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ସମସ୍ତେ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉପଦେଷ୍ଟା ପ୍ରଫେସର ନନ୍ଦ କିଶୋର ପରିଡା, ଶିକ୍ଷାବୀତ ଡଃ. ବାସୁଦେବ ଦାସ, ଜିଲ୍ଲା ଉତ୍ତରଦାୟାଦ ସଙ୍ଘ ସଭାପତି ବିଚିତ୍ରାନନ୍ଦ ନାୟକ, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମତି ସମ୍ପାଦକ ଗୋପାଳକୃଷ୍ଣ ଜେନା, କାର୍ଯ୍ୟକାରୀ ସଭାପତି କୁଳମଣୀ ରାଉତ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।