ଜିଲ୍ଳା ବିଜେପି କାର୍ଯ୍ୟାଳୟରେ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ୭୧ତମ ବଳିଦାନ ଦିବସ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସକାଳ ୧୦ଘଟିକା ସମୟରେ ସ୍ଥାନୀୟ ଜିଲ୍ଲା ବିଜେପି କାଯ୍ୟାଳୟ ର ସଭା ଗୃହ ପରିସରରେ ଜିଲ୍ଲା ବିଜେପି ପକ୍ଷରୁ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ୭୧ତମ ବଳିଦାନ ଦିବସ ପାଳନ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ସଭାପରିଚଳନା କରିଥିବା ବେଳେ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶୁଭଙ୍କର ମୋହାପାତ୍ର ସ୍ବାଗତ ଭାଷଣ ରଖିଥିଲେ ଓ ଜିଲ୍ଲା ଗଣ ମାଧ୍ୟମ ସଂଜୋଜକ ଶ୍ରୀନିବାସ ପ୍ରଧାନ ସମାରୋପ ଭାଷଣ ପ୍ରଦାନ କରିଥଲେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି କମଳ ଲୋଚନ ଦାସ, ଉପ ସଭାନେତ୍ରୀ ମମତା ମୋହାପାତ୍ର ନଗର ସଭାପତି ଚିତ୍ତ ରଞ୍ଜନ ପଣ୍ଡା, ଜିଲ୍ଲା ଗଣ ମାଧ୍ୟମ ସହ ସଂଯୋଜକ ରଣଜିତ୍ ପୃଷ୍ଟି ପ୍ରମୁଖ ଉପ ସ୍ଥିତ ଥିଲେ , ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ ଡଃ ମୂଖାର୍ଜୀ ଙ୍କ ରାଷ୍ଟ୍ରପ୍ରେମ, ସଶକ୍ତ ଭାରତ ନିର୍ମାଣ ରେ ତାଙ୍କ ଅବଦାନ,ମାଟି ମା ପ୍ରତି ଭଲପାଇବା ତଥା ଏକ ଦେଶ, ଏକ ନିଶାନ, ଏକ ବିଧାନ, ଏକ ପ୍ରଧାନ ଉକ୍ତି ବିଷୟରେ ଆଲୋକ ପାତ କରିଥିଲେ, ଦେଶ ସ୍ବାଧୀନ ହେବା ତଥା କାଶ୍ମୀର ପ୍ରସଙ୍ଗରେ ତାଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା ଏହି କାର୍ଯ୍ୟକ୍ରମ ରେ ୬୦ରୁ ଉର୍ଦ୍ଧ୍ବ ନିମନ୍ତ୍ରିତ ଯୁବକ ଯୁବତୀ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ