ଜିଲ୍ଳ୍ା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ୱର୍ନ୍ଧନା
ଯାଜପୁର, (ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଜିଲ୍ଳ୍ା ସାମାଜିକ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଲକ୍ଷ୍ମୀଧର ସାହୁ ସୋମବାର ସରକାରୀ କାର୍ଯ୍ୟରୁ ଅବସର ନେଇଚ୍ଥନ୍ତି । ଏହି ଉପଲକ୍ଷେ ଏକ ଅବସର କାଳୀନ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ସର୍କିଟ୍ ହାଉସ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସାମାଜିକ ସୁରକ୍ଷା ଅଧିକାରୀ ଭାବେ ଶ୍ରୀ ସାହୁଙ୍କର ସ୍ୱଳ୍ପ କାର୍ଯ୍ୟକାଳ ହେଲେ ମଧ୍ୟ ସେ ବେଶ ଉଲ୍ଲେଖନୀୟ କାର୍ଯ୍ୟ କରିଚ୍ଥନ୍ତି ବୋଲି କହିଥିଲେ । ଲୋକ ମାନଙ୍କୁ ନିଜ ଜବ୍ ଚାର୍ଟ ଅନୁସାରେ ସେବା ଯୋଗଇବା ଓ ସେମାନଙ୍କୁ ସହାୟତା କରି ଲୋକ ସଂପର୍କ ବୃଦ୍ଧି କରିବା ଅଲଗା ଅଲଗା କଥା । ଏ ସବୁ ମଧ୍ୟରେ ଯିଏ ସମନ୍ୱୟ ରଖେ ସେ ହିଁ ସପଂଳ ହୁଏ । ଯାହା ଶ୍ରୀ ସାହୁ ନିଜ କାର୍ଯ୍ୟ ମାଧ୍ୟମରେ କରି ସପଂଳ ହୋଇଚ୍ଥନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା, ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ସହକାରୀ ଜିଲ୍ଳ୍ାପାଳ କୂଳମଣି ନାୟକ, ତିଳୋତ୍ତମା ପୃଷ୍ଟି, ସୂଚନା ଓ ଲୋକ ସଂପର୍କ ଅଧିକାରୀ, ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ ପ୍ରମୁଖ ଶ୍ରୀ ସାହୁଙ୍କ କାର୍ଯ୍ୟ ଦକ୍ଷତା, କାର୍ଯ୍ୟକଳାପ ସଂପର୍କରେ ମତବ୍ୟକ୍ତ କରିବା ସହ ତାଙ୍କ ଯୋଗୁ ସାମାଜିକ ସୁରକ୍ଷା ବିଭାଗର ପରିଚୟରେ ସକରାତ୍ମକ ଭାବ ସୃଷ୍ଟି ହୋଇଚ୍ଥି ବୋଲି କହିଥିଲେ । ନିଜ ପ୍ରତିକ୍ରିୟାରେ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସାହୁ ତାଙ୍କ ଚାକିରି କାଳକୁ ସେ ସେବା ବୋଲି ବିଚାର କରି କାର୍ଯ୍ୟ କରିଚ୍ଥନ୍ତି । ନିଜ କାର୍ଯ୍ୟରେ ସେ ଖୁସି ରହିଚ୍ଥନ୍ତି ଓ ଉପରିସ୍ଥ ଅଧିକାରୀ ମାନଙ୍କ ସହ ସୁ ସଂପର୍କ ରଖିବା ସହ ସାଧାରଣ ଲୋକଙ୍କ ବିବିଧ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରିଚ୍ଥନ୍ତି ବୋଲି ମତ ଦେଇଥିଲେ । ବିଭାଗର କିରାଣୀ ବୈଦ୍ୟନାଥ ବିଶ୍ୱାଳ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳ୍ା ସ୍ତରୀୟ ଅଧିକାରୀ, ସାମାଜିକ ସୁରକ୍ଷା ବିଭାଗର କର୍ମକର୍ତ୍ତା, ସ୍ୱେଚ୍ଚ୍ଥସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।