ଜି.ଉଦୟଗିରି କଂଗ୍ରେସ ତରଫରୁ ଥାନାରେ ଏତଲା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି କଂଗ୍ରେସ ଦଳ ତରଫରୁ ସୋନିଆ ଗାନ୍ଧୀଙ୍କ ବିରୋଧରେ ନିମ୍ନମାନର ଓ ମାନହାନି ହେବାଭଳି ଖବର ପରିବେଷଣ କରିଥିବା ଅଭିଯୋଗ କରି ରିପବ୍ଲିକ ଟିଭିର ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜି.ଉଦୟଗିରି ବ୍ଲକ କଂଗ୍ରେସ ତରଫରୁ ଥାନାରେ ଏତଲା ଦିଆଯାଇଛି। କଂଗ୍ରେସ ନେତା ଜାକେଶ ପ୍ରଧାନ, ଟାରଜନ ସାହୁ, ଏନ୍‌.ରାଜା ରାଓ, ଫିରଜ ଦିଗଲ ଓ ଅଞ୍ଜୁ ଅହମ୍ମଦ ପ୍ରମୁଖ ଯାଇ ପୋଲିସ ଏସ୍‌ଆଇ କୌଶଲ୍ୟା ବେହେରାଙ୍କୁ ଏତଲା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ