ଜୀବନବୀମା ନିଗମ ଜିଲ୍ଲା ଶାଖା କାର୍ଯ୍ୟାଳୟର ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ଜୀବନବୀମା ନିଗମର ଶାଖା କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ପାଣ୍ଡିରୀ ଠାରେ ଏହି ନୂତନ ଗୃହ ନିର୍ମାଣ ନିମନ୍ତେ ଜୀବନବୀମା ନିଗମର କ୍ଷେତ୍ରୀୟ ପ୍ରବନ୍ଧକ ମହେନ୍ଦ୍ର କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ନୂତନ ଗୃହଟି ୩କୋଟି ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବ । ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟଯନ୍ତ୍ରୀ ଅଶୋକ କୁମାର, ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅଶୋକ କୁମାର ରାଉତରାୟ, କେନ୍ଦ୍ରାପଡା ଜିଲ୍ଲା ଶାଖାର ମୁଖ୍ୟ ପ୍ରବନ୍ଧକ ସୁବୋଧ କୁମାର ଆଚାର୍ଯ୍ୟଙ୍କ ସମେତ ଜୀବନବୀମା ନିଗମ ର ସମସ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ, ଉନ୍ନୟନ ଅଧିକାରୀ ଓ ଅଭିକର୍ତ୍ତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ