ଜୀବନ ବିନ୍ଦୁ ରକ୍ତଦାନ ଶିବିର ୧୬୨ ୟୁନିଟ୍ ରକ୍ତ ସଂଗୃହିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ରାଜ୍ୟରେ ରକ୍ତର ଅଭାବ ଦୂର କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏହି ମହାମାରୀ କନୋରା ସମୟରେ ସାମାଜିକ ଦୂରତା ବଜାୟ ରଖି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ବସନ୍ତିଆଙ୍କ ନେତୃତ୍ୱରେ ୯ ଏବଂ ୧୦ ତାରିଖ ଦୁଇଦିନ ଧରି ଜୀବନ ବିନ୍ଦୁ ରକ୍ତଦାନ ଶିବିର ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ପ୍ରଥମ, ଦ୍ୱିତୀୟ ଦିନରେ ସମୁଦାୟ ୧୬୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ଯୁବକ ଏବଂ ଯୁବତୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ଉକ୍ତ ଶିବିରରେ ଦୃଷ୍ଟି ଆକର୍ଷଣ ସାଜିଥିଲେ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ । ବର୍ତ୍ତମାନ ମହାମାରୀ କରୋନା ସମୟରେ ମଧ୍ୟ ୧୫ ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ରକ୍ତଦାନ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଥିବା ବେଳେ ଅନ୍ୟମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଛି । ଉକ୍ତ ରକ୍ତଦାନ ଶିବିରର ଉଦ୍‌ଘାଟନୀ ଉତ୍ସବରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ମୋ ପରିବାରର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ, ସାଂସଦ ରାଜଶ୍ରୀ ମଲ୍ଲିକ, ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତି, ପୂର୍ବତନ କର୍ପୋରେଟର ଅମରେଶ ଜେନା, ଜୟ ଓଡ଼ିଶାର ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ବିଜୁ ଜନତା ଦଳର ଯୁବନେତା ସୌମ୍ୟଜିତ ମହାପାତ୍ର, ପ୍ରମୋଦ ସାମଲ, ବିପିୟୁଟି ଡ଼ିପ୍ଲୋମା ଛାତ୍ର ସଂଘର ଉପଦେଷ୍ଟା ସ୍ମରଜିତ ଆର୍ଯ୍ୟ, ବିପିୟୁଟିର ପୂର୍ବତନ ସଭାପତି ଜିତେନ୍ଦ୍ର ଦାସ, ମାନସ ରଞ୍ଜନ ସ୍ୱାଇଁ, ଡ଼ିପ୍ଲୋମା ଛାତ୍ରସଂଘର ସଭାପତି ରାକେଶ ବେହେରା, ଛାତ୍ରନେତା ସଞ୍ଜୀବ କୁମାର ଧଳ, ରକି ପଟ୍ଟନାୟକ, ରିଷି ମଙ୍ଗରାଜ, ଦିବ୍ୟ ଶ୍ରୀଚନ୍ଦନ, ସୁଜିତ କୁମାର ରାଉତରାୟ, ମହେନ୍ଦ୍ର ନାୟକ, ବିକାଶ ପତି, ଜ୍ଞାନେନ୍ଦ୍ର ନାୟକ, ଝାମେଲି ମାଝୀ, ସନ୍ଦୀପ ମିଶ୍ର ପ୍ରମୁଖ ରକ୍ତଦାନ କରିବା ସହ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ