କରୋନା ସଚେତନ ଚିତ୍ର ପାଇଁ ଲଳିତକଳା ପୁରସ୍କାର

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ତାଙ୍କ କାନକୁ ଶୁଭେନି, ହେଲେ ତାଙ୍କ ହାତରେ ରହିଛି ଯାଦୁ । ତାଙ୍କ ଚିତ୍ରକଳାର ଯାଦୁ ଯେ କେହି ଦେଖିଲେ ଘଡ଼ିଏ ଅଟକିଯିବ । ଖୋର୍ଦ୍ଧା ଦଧିମାଛ ଗାଡ଼ିଆରେ ଜନ୍ମିତ ମୁକୁନ୍ଦ ପ୍ରସାଦ ପଟ୍ଟନାୟକ ଏବେ ରହୁଛନ୍ତି ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ । ପିଲାଟି ଦିନରୁ ଦିବ୍ୟାଙ୍ଗ ଅର୍ଥାତ୍ ବଧିର ହୋଇ ଜନ୍ମଲାଭ କରିଥିଲେ ମଧ୍ୟ ତାଙ୍କର କଳାତ୍ମକ ରୁଚି ଭରପୁର ରହିଥିଲା । ଯେଉଁଥିପାଇଁ ସେ ଚିତ୍ରକଳାକୁ ନିଜର ମାଧ୍ୟମ ଭାବେ ବାଛିବା ସହିତ ଏହାକୁ ନିଜ ଜୀବନର ସବୁକିଛି ଭାବେ ଧରି ନେଇଥିଲେ ଯାହାକି ତାଙ୍କୁ ଅନେକ ସମୟରେ ସୁନାମ ଆଣି ଦେଇଥିବା ବେଳେ ଏହି କରୋନା ମହାମାରୀ ସମୟରେ ତାଙ୍କର ସଚେତନାତ୍ମକ ଚିତ୍ରକଳା ମଧ୍ୟ ତାଙ୍କୁ ଏ ଦିଗରେ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଇବା ସହ ସମ୍ମାନ ଆଣି ଦେଇଛି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ । ଫାଇନ୍ ଆର୍ଟରେ ମାଷ୍ଟର ଡ଼ିଗ୍ରୀ ହାସଲ କରିଥିବା ଏହି ଚିତ୍ରଶିଳ୍ପୀ ଓଡ଼ିଶା ଲଳିତକଳା ଏକାଡ଼େମୀ ପକ୍ଷରୁ ଆୟୋଜିତ ଅନ୍‌ଲାଇନ୍ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି ଯାହା ତାଙ୍କ ପାଇଁ ତଥା ଦିବ୍ୟାଙ୍ଗ ଶିଳ୍ପୀମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି । ଏହି ଅବସରରେ ଭୀମଟାଙ୍ଗୀ ମୁରବୀମାନଙ୍କ ଦ୍ୱାରା ତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ