ଜୀବାଶ୍ମରେ ଭରପୂର ଜୁରାସିକ୍ କୋଷ୍ଟ୍ ଅଞ୍ଚଳ

ଦକ୍ଷିଣ ଇଂଲଣ୍ଡ ଅନ୍ତର୍ଗତ “କୋଷ୍ଟ୍‌’ ବା ” ସମୁଦ୍ର ତଟ’କୁ ୨୦୦୧ରେ ବିଶ୍ୱ ଐତିହ୍ୟ ତାଲିକା ଅନ୍ତର୍ଭୁକ୍ତ କରାଯାଇଥିଲା । ଏହାର ଲମ୍ବ ଶହେ ଚଉବନ କିଲୋମିଟର୍ । ପୂର୍ବ ଡେଭନ୍ର ଏକ୍ସମାଉଥ୍‌ଠାରେ ଏହା ଡର୍ସେଟ୍ର ଷ୍ଟଡଲ୍ୟାଣ୍ଡ ବେ ପର୍ଯ୍ୟନ୍ତ ବ୍ୟାପିଛି । ଏହାର ଭୂତାତ୍ତ୍ୱିକ ଇତିହାସ ଅନ୍ୟୁନ ୧୮.୫ କୋଟି ବର୍ଷ ପୁରୁଣା । ଏହି ଅଞ୍ଚଳ ପ୍ରାଚୀନ ବୃକ୍ଷ-ଲତା ଓ ପ୍ରାଣୀଙ୍କର ଜୀବାଶ୍ମରେ ଭରପୂର । ଏଠାରେ ଏକ ଜୀବାଶ୍ମ ଜଙ୍ଗଲ ରହିଛି । ଏଠାରେ ଏକସ୍ତରି ପ୍ରକାରର ପଥର ଦେଖାଯାଏୟ ଜୀବାଶ୍ମ ବିଶେଷଜ୍ଞ ମେରି ଆନି୍ଥ ଏଠାରେ ଅନେକ ସାମୁଦ୍ରିକ ସରୀସୃପଙ୍କ ଜୀବାଶ୍ମ ଆବିଷ୍କାର କରିଥିଲେ । ଟ୍ରାୟାସିକ୍ ଯୁଗରେ ଏହି ଅଞ୍ଚଳ ମରୁଭୂମି ଥିଲା, ଜୁରାସିକ୍ ଯୁଗରେ ବିଷୁବ ମଣ୍ଡଳୀୟ ସମୁଦ୍ର ଏବଂ କ୍ରିଟେସିଅସ୍ ଯୁଗରେ ଜଳାଭୂଇଁ ପରିପୂର୍ଣ୍ଣ ଥିଲା । ଦ୍ୱିତୀୟ ବିଶ୍ୱ ଯୁଦ୍ଧ କାଳରେ ସମଗ୍ର ଜୁରାସିକ୍ ସମୁଦ୍ର ତଟକୁ ପ୍ରତିରକ୍ଷା ବିଭାଗୀୟ ଅଞ୍ଚଳ ଘୋଷିତ କରାଯାଇଥିଲା । କେତେକ ଜନବସତି ଖାଲିକରାଯାଇଥିଲା । ସେନ୍ଟ ଆଲବାନ୍ସ ହେଡ୍‌, ଡର୍ଡଲ୍ ଡୋର୍‌, ଲୁଲବର୍ଥ୍‌ର୍ କୋଭ୍‌, ଲାଇମି ଜିସ୍‌, ଓର୍କୋମ୍ବ୍ ପଏଣ୍ଟ୍ ଆଦି ଏହି ଅଞ୍ଚଳର ମୁଖ୍ୟ ପର୍ଯ୍ୟଟନ ଆକର୍ଷଣୟ ଜୁରାସିକ୍ ତଟ ଏକ ବିପଦପୂର୍ଣ୍ଣ ଅଞ୍ଚଳ । ମୃତ୍ତିକା କ୍ଷୟ ଯୋଗୁଁ ନିୟମିତ ଅତଡ଼ା ଖସେ । ନିୟମିତ ଝଡ଼-ବାତ୍ୟା ମଧ୍ୟ ହୁଏ । ତେଣୁ, ଜନବସତି ସ୍ଥଖ୍ୟା କମ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ