ଜୁଆଣିଆ ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଜୁଆଣିଆ ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ହୋଇଥିବା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସେହି ପଞ୍ଚାୟତର ଗତ ୨୦୧୭ମସିହା ଠାରୁ ଏପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ମାଝି ଜୁଆଣିଆ ତାରିଣୀ ପୋଖରୀର ସୈାନ୍ଧର୍ଯ୍ୟକରଣ, ହନୁମାନ ପୋଖରୀର ପୁନରୁଦ୍ଧାର ଓ ସୈାନ୍ଧର୍ଯ୍ୟକରଣ ଏବଂ ସିଏଫସି ଓ ଏସଏଫସି ପାଣ୍ଠିରେ ମଝି ଜୁଆଣିଆ ଶିବ ମନ୍ଦିର ନିକଟ ଗ୍ରାମୀଣ ପାର୍କର ଉନ୍ନୟନ ଓ ହାଡୁଆ ଜହ୍ଲା ଖେଳପଡିଆର ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟ ଗୁଡିକ ସଂପୃକ୍ତ ପଞ୍ଚାୟତର ସରପଞ୍ଚଙ୍କ ତତ୍ୱାବଧାନରେ ଏବଂ ତାଙ୍କ ସ୍ୱାମୀଙ୍କ ଦ୍ୱାରା କରାଯାଇଛି । କିନ୍ତୁ ସେହି ପ୍ରକଳ୍ପ ଗୁଡିକର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଓ ଅସଂପୂର୍ଣ୍ଣ ଥିବା ବେଳେ ପ୍ରକଳ୍ପ ଗୁଡିକର ସଂପୂର୍ଣ୍ଣ ବିଲ କରି ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏହାବ୍ୟତିତ ଅନ୍ୟ କେତେକ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରାଯାଇ ନଥିବା ବେଳେ ସେହି ପ୍ରକଳ୍ପର ସଂପୂର୍ଣ୍ଣ ବିଲ ଉଠାଇ ନେଇ ଆତ୍ମସାତ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସରକାରୀ ଅର୍ଥ ହଡପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଉତ୍ତମ ମଲିକ, ଉମାକାନ୍ତ ମଲିକ, ଜଳଧର ଜେନା, ରବୀନ୍ଦ୍ର ଧଳ, ଅଚ୍ୟୁତାନନ୍ଦ ସାମଲ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ