୬ଥାକିଆ ରିଂଗ ରୋଡ ପାର୍ଶ୍ୱରେ ବଢୁଛି ଜବରଦଖଲ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟକରଣ ଯୋଜନାରେ ନିର୍ମିତ ରିଂଗରୋଡ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ବେଳେ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ କୋଣାର୍କ ରାଜସ୍ଵ ବିଭାଗ ପରୋକ୍ଷ ପ୍ରୋତ୍ସାହନରେ ଜମି ହାତେଇବା ଜବରଦଖଲ କାରୀ ବ୍ୟକ୍ତି ବିଶେଷ ମାନଙ୍କ ଆଡା ଜମୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସୌନ୍ଦର୍ଯ୍ୟକରଣ ଯୋଜନାରେ ନିର୍ମିତ ରିଂଗରୋଡ ନିମନ୍ତେ ଦୀର୍ଘଦିନର ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ବିରାଟକାୟ ଗଛମାନ କଟାଯାଇ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ବନବିଭାଗ ଓ ଜିଲ୍ଲା ପ୍ରଶାସନ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କୋଣାର୍କ ଅଂଚଳବାସୀଙ୍କୁ ହତଚକିତ କରିଥିବା ବେଳେ ବୃକ୍ଷପ୍ରେମୀ ଓ ପରିବେଶବିତ ମାନଙ୍କ ମହଲରେ ବିସ୍ମୟ ପ୍ରକାଶ ପାଇଛି । ଏହି ନିର୍ମାଣ କାର୍ଯ୍ୟ ଦାୟିତ୍ଵରେ ଥିବା ଠିକାଦାରଙ୍କ ମନୋମୁଖୀ ଓ ଖାମଖିଆଲି ମନୋଭାବ ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ପାରୁନଥିବା ସାଧାରଣରେ ମତ ପ୍ରକାଶ ପାଉଛି। ଏହି ନିର୍ମାଣ କାର୍ଯ୍ୟ କରିବା ପାଇଁ ଶହଶହ ସଂଖ୍ୟାରେ ବୃକ୍ଷରାଜି କାଟିବା ପାଇଁ ସଂପୃକ୍ତ ବିଭାଗ ଓ ଠିକାଦାରଙ୍କୁ କିଏ ଅନୁମତି ପ୍ରଦାନ କରିଛି ଓ କଟାଯାଇଥିବା ଗଛ କେଉଁଆଡ଼େ ଉଭାନ ହୋଇଛି ନା ତାହା ଜାତୀୟ ରାଜପଥ କତୃପକ୍ଷ ନିଲାମ କରିଛନ୍ତି ତାହାର ବିଧିବଦ୍ଧ ଭାବେ ତଦନ୍ତ ପାଇଁ କୋଣାର୍କ ଅଂଚଳବାସୀ ଙ୍କ ପକ୍ଷରୁ ଦାବୀ କରାଯାଇଛି। ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ବିସ୍ଥାପିତ ଜନସାଧାରଣ ମାନଙ୍କ ପାଇଁ ଆର୍ଥିକ ସହାୟତା ଓ ବିସ୍ଥାପନ ନୀତି ପ୍ରଣୟନ କରିବା ଦିଗରେ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନଙ୍କ ନୀରବତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋଣାର୍କ ଅଂଚଳବାସୀ । ଏଦିଗରେ ମଧ୍ୟ ପ୍ରଶାସନ ଖୁବଶୀଘ୍ର ବିସ୍ଥାପନ ନୀତି ସହ ଆର୍ଥିକ ସହାୟତା ପ୍ରଦାନ ତାଲିକା ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଦାବି ହେଉଛି । ଏହି ପରିପ୍ରେକ୍ଷୀରେ ରିଂଗରୋଡ ନିର୍ମାଣ କାର୍ଯ୍ୟ ହେଉଥିବା ରାସ୍ତା ପାର୍ଶ୍ବରେ କାହା ପ୍ରୋତ୍ସାହନରେ ରାଜସ୍ଵ ବିଭାଗ ମାଧ୍ୟମରେ ଜମି ଜବରଦଖଲ ପାଇଁ ଏନକ୍ଲୋଜମେଣ୍ଟ କଟାଯାଇ ପିଲର ଉଠାଯାଇଛି ତାହାର ବିଧିବଦ୍ଧ ଭାବେ ତଦନ୍ତ ପାଇଁ କୋଣାର୍କ ଅଂଚଳବାସୀ ଙ୍କ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପାଇଁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ