ଜୁଆ ଆଡ୍ଡାରେ ଚଢ଼ାଉ; ନଗଦ ୧୫,୮୨୦ ଟଙ୍କା, ତାସ୍ ଜବତ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ): କୁମାର ପୂର୍ଣ୍ଣମୀ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୁଆ ଆଡ୍ଡା ପୋଲିସ୍ ର ମୁଣ୍ଡ ବ୍ୟଥାର କାରଣ ପାଲଟିଛି | ଗତ କାଲି ରାତିରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ ଗାଙ୍ଗପୁର ବଡ଼ ଦାଣ୍ଡ ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା | ଚଢ଼ାଉ ସମୟରେ ପୋଲିସ୍ ତିନି ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୫,୮୨୦ ଟଙ୍କା ସହିତ ତାସ୍ ମଧ୍ୟ ଜବତ କରିଥିଲା | ସମସ୍ତ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ କେସ୍ ନମ୍ବର୍ ୩୨୦/୨୦ ରେ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଧୀରେସ୍ କୁମାର ଦାସ ପ୍ରକାଶ କରିଛନ୍ତି |