ଜୁଆ ଆଡ୍ଡାରେ ପୋଲିସର ଚଢାଉ:୪ ମହିଳା ଓ ୪ ପୁରୁଷ ଜୁଆଡି ଗିରଫ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ବଡ଼ ଧରଣର ଅର୍ଥ ରାଶି ସହିତ ଚାରି ମହିଳା ଏବଂ ଚାରି ପୁରୁଷ ଜୁଆଡିଙ୍କୁ ଗିରଫ କରିଥିବା ସୁଚନା ମିଳିଛି ।ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ସୂଚନା ପ୍ରକାରେ ଆଜି ସକାଳ ଦଶ ଘଣ୍ଟା ସମୟରେ ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ବେଳେ ଏକ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ବେଲଗୁଣ୍ଠା ସହର ଉପକଣ୍ଠରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ଚାରି ଜଣ ମହିଳା ଏବଂ ଚାରିଜଣ ପୁରୁଷ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୮୨,୭୦୦ଟଙ୍କା,୬ଟି ମୋବାଇଲ୍ ଫୋନ୍ ଏବଂ ଦୁଇ ସେଟ୍ ତାସ୍ ଜବତ କରିଥିଲା । ଏନେଇ ବେଲଗୁଣ୍ଠା ଥାନାରେ ୩୫୪/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ୪ ମହିଳା ଜୁଆଡିଙ୍କୁ ଥାନାରୁ ନୋଟିସ ଦେଇ ଛାଡିଥିବା ବେଳେ ୪ ପୁରୁଷ ଜୁଆଡିଙ୍କୁ ଭଞ୍ଜନଗର କୋର୍ଟ ଚାଲାଣି କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ