ଜୁଆ ଆଡ୍ଡାରେ ପୋଲିସ୍ ର ଚଢ଼ାଉ ; ସାତ ଜୁଆଡି ଗିରଫ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଏ଼କ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ବେଲଗୁଣ୍ଠା ପୋଲିସ୍ ଏ଼କ ବଡ଼ ଧରଣର ସଫଳତା ପାଇଛି I ଘଟଣା ସ୍ଥଳରୁ ପୋଲିସ୍ ସାତ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ମୋଟରସାଇକେଲ୍, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛି I ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ସୂଚନା ପ୍ରକାରେ ବୁଧବାର ରାତିରେ ବେଲଗୁଣ୍ଠା ଥାନା ଏସ୍ଆଇ ଏନ୍. ନାୟକ ନିଜ ଟିମ୍ ସହ ପାଟ୍ରୋଲିଂ କରୁଥିବା ସମୟରେ କୋକଲୁଣ୍ଡା କାଳୀ ମନ୍ଦିରରେ ଜୁଆ ଖେଳ ଚାଲିଥିବା ଖବର ପାଇଥିଲେ I ଖବର ପାଇବା ପରେ ଏସ୍ଆଇ ଶ୍ରୀ ନାୟକ ସଦଳବଳେ ଘଟଣା ସ୍ଥଳରେ ଚଢ଼ାଉ କରି ସେଠାରୁ ସାତ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ 52,140 ଟଙ୍କା, ଛଅଟି ମୋବାଇଲ୍, ପାଞ୍ଚ ପ୍ୟାକେଟ ତାସ୍, ଗୋଟିଏ ଆପାଚେ ମୋଟରସାଇକେଲ୍, ଗୋଟିଏ ସ୍ପେଣ୍ଡର୍ ,ଗୋଟିଏ ହୋଣ୍ଡା ସାଇନ୍ ଏବଂ ଗୋଟିଏ ହିରୋ ହୋଣ୍ଡା ସିଡି ଏସ୍ଏସ୍ ମୋଟରସାଇକେଲ୍ ଜବତ କରିଥିଲେ I ଗିରଫ ହୋଇଥିବା ଜୁଆଡ଼ି ମାନେ ହେଲେ ବେଲଗୁଣ୍ଠା ଥାନା ସରପଲ୍ଲୀ ଗ୍ରାମର ଅଶୋକ ଓରଫ ବାବୁଲା ନାଇକ , ସଞ୍ଜୟ କୁମାର ସ୍ୱାଇଁ (26), ରିଣ୍ଟୁ ପ୍ରଧାନ (22),କୋକଲୁଣ୍ଡାର ବଳରାମ ଜେନା(32), ସନ୍ତୋଷ କୁମାର ବେହେରା (43), ଭଞ୍ଜନଗର ଥାନା ଜି.ରମ୍ଭା ଗ୍ରାମର ପିଣ୍ଟୁ ସାହୁ (35) ଏବଂ ଢୁଢୁଆ ଗ୍ରାମର ତ୍ରିନାଥ ସେଠୀ (45) I ଘଟଣା ସମ୍ପର୍କରେ ବେଲଗୁଣ୍ଠା ଥାନାରେ କେଶ୍ ନମ୍ବର୍ 194/22 ରେ ଏକ ମାମଲା ରୁଜୁ ହେବା ସହିତ ଏସ୍ଆଇ ଏ.କେ ପ୍ରଧାନ ଘଟଣାର ତଦନ୍ତ କରୁ୍ଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I