ଜୁଆ ଆଡ୍ଡା ଚଢ଼ାଉ : ୩୪,୫୪୦ ଟଙ୍କା ଜବତ : ୬ ଅଟକ
ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ବେତାରସିଂ ରାଜସ୍ୱ ଗ୍ରାମର ଉପଗ୍ରାମ ଗୋଲା ବଞ୍ଜର ନିକଟସ୍ଥ ରାମଚଣ୍ଡୀ ମନ୍ଦିର ପରିସରରେ ଜୁଆ ଆଡ୍ଡା ଉପରେ ବୁଗୁଡା ପୋଲିସ ଚଢ଼ାଉ କରି ୬ ଜଣ ଜୁଆଡ଼ିକୁ କାବୁକରି ଧରିବାରେ ସଫଳ ହେବା ସହ ୩୪,୫୪୦ ଟଙ୍କା ଜବତ କରିଥିବା ଜଣାପଡିଛି । ଜାନୁଆରୀ ୧୪ ତାରିଖ ଦିନ ଗୋଲା ବାଞ୍ଜର ନିକଟସ୍ଥ ରମାଚଣ୍ଡୀ ମନ୍ଦିର ପରିସରରେ ଜୁଆ ଖେଳ ଚାଲିଥିଲା । କୌଣସି ସୂତ୍ରରୁ ବୁଗୁଡା ପୋଲିସ ଖବର ପାଇ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୬ ଜଣ ଜୁଆଡିକୁ କାବୁକରି ଧରିବାରେ ସଫଳ ହୋଇଥିଲେ । ପୋଲିସ ଜୁଆଡିମାନଙ୍କ ଠାରୁ ୩୪,୫୪୦ ଟଙ୍କା ଓ ତାସ ପତା ଜବତ କରିଥିଲେ । ୬ ଜଣ ଜୁଆଡି ଅଟକ ଥିବା ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି ।


