ଜୁଆ ଆଡ୍ଡା ଜବତ କଲା ପୋଲିସ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରି ୮ ଜୁଆ ଡି ଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧୯୨୪୦ ଟଙ୍କା ,ତାସ ମୁଠା ଜବତ କରାଯାଇଥିବା ଜଣାପଡ଼ିଛି।ଥାନା ମାମଲା ନଂ.୩୭୫/୨୨ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିବା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଜଣାଇଛନ୍ତି। ମଙ୍ଗରାଜପୁର ଗ୍ରାମରେ ଶନିବାର ରାତି ପ୍ରାୟ ସାଢ଼େ ୧୧ ଟା ରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସ କୁ ସୂଚନା ମିଳିଥିଲା।ପୋଲିସ ଟିମ୍ ଗାଁ ରେ ଚାଲିଥିବା ଜୁଆ ଆଡ୍ଡା ରେ ଚଢାଉ କରି ଜୁଆଡି ମାନଙ୍କୁ ଗିରଫ କରିଥିବା ବେଳେ ଅନ୍ଧାର ରାତିର ସୁଯୋଗ ନେଇ କିଛି ଜୁଆଡି କୌଶଳକ୍ରମେ ଖସି ପଳାଇଥିବା ଜଣାପଡିଛି।