ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ର ଅତର୍କିତ ଚଢ଼ାଉ, ୨ ଗିରଫ
କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ଥାନା ଅନ୍ତର୍ଗତ ପୋଲିସ ଖଡ଼ିକୁଦର ଗ୍ରାମ ରେ ଜୁଆ ଖେଳ ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ଥାନା ଅଧିକାରୀ ନିରୋଜ ମଲ୍ଲିକ ଙ୍କ ନିର୍ଦେଶ କ୍ରମେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି ଗୋଟିଏ ପଟେ ଜୁଆ ଖେଳର ମୁଖ୍ୟ କାର୍ପଟଦାର ମାନେ ସେମାନଙ୍କ ମୁନାଫା ଖୋର ମନୋବୃତ୍ତି କୁ ଚରିତାର୍ଥ କରିବା କୁ ଯାଇ ବିଭିନ୍ନ୍ ଆଡ଼େ ଜୁଆ ଖେଳ ର ଆସର ଜମୋଉ ଛନ୍ତି ମକରସଂକ୍ରାନ୍ତି ପରେ ମୟୁରଭଞ୍ଜ ଜିଲ୍ଲାର ଗ୍ରାମ ଗ୍ରାମରେ ହେଉଥିବା ସ୍ପୋର୍ଟ୍ସ ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପାଲଟିଛି
ଘଟଣା ରୁ ପ୍ରକାଶ ଯେ ଖଡ଼ିକୁଦର ଗ୍ରାମ ଖେଳ ପଡିଆ ରେ ଚାଲିଥିବା ଗ୍ରାମ୍ୟ କ୍ରୀଡା ପ୍ରତିଯୋଗିତା ନିକଟରେ ଜୁଆ ଖେଳ ଚାଲିଥିବା ଖବର ପାଇବା ପରେ ସବ ଇନିସ୍ପେକ୍ଟର ସୁଧାଂଶୁ ଶେଖର ସେଠୀ ଙ୍କ ନେତୃତ୍ୱ ରେ ଏଏସଆଇ ଗୁରୁବାରୀ ମୁଣ୍ଡା ଓ ଅନ୍ୟ କର୍ମଚାରୀ ସଦଳବଳେ ସନ୍ଧ୍ୟା ପ୍ରାୟ ୬ ଘଟିକା ସମୟରେ ଅତର୍କିତ ଚଢ଼ାଉ କରି ଘଟଣାସ୍ଥଳ ରୁ ୨ ଜଣ ଙ୍କୁ ଗିରଫ କରିଥିବାବେଳେ ଅନ୍ଧାର ର ସୁଯୋଗ ନେଇ ଅନ୍ୟ ମାନେ ସେଠାରୁ ଖସି ଯାଇଥିଲେ
ଗିରଫ ବ୍ୟକ୍ତି ମାନେ ହେଲେ କରଞ୍ଜିଆ ଥାନା ବାଟପଳସା ଗ୍ରାମର ଦୁର୍ଯ୍ୟୋଧନ ସେଠୀ ଓ ଜର୍ମାନୀ ନାଏକ ତାଙ୍କ ନିକଟରୁ ନଗଦ ୫୬୦ ଟଙ୍କା, ଗୋଟିଏ ପାଲି, ଗୋଟିଏଡ଼ଲା,୨୪ ଟି ଗୋଟି ଜବତ କରାଯାଇଛି
ସାପ୍ତାହିକ ହାଟ ଓ ଗ୍ରାମ୍ୟ କ୍ରୀଡା ପ୍ରତିଯୋଗିତା ମାନଙ୍କ ରେ ଜୁଆ ଖେଳ ହେଉଥିବାରୁ ବିଶେଷତ୍ୱ ଯୁବ ପିଢ଼ି, ଶ୍ରମିକ ଶ୍ରେଣୀର ଲୋକେ ଜୁଆ ଖେଳ ପ୍ରତି ଆକୃଷ୍ଟ ହୋଇ ଯାହା ରୋଜଗାର କରୁଛନ୍ତି ଜୁଆଖେଳ ରେ ହାରି ସର୍ବସ୍ୱାନ୍ତ ହେବା ସହିତ ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଛି ଏହାକୁ ଦୃଷ୍ଟିରେ ରଖି କରଞ୍ଜିଆ ପୋଲିସ ଏଭଳି ଚଢ଼ାଉ କୁ ନେଇ ସାଧାରଣ ରେ ପ୍ରଶଂସା କରାଯାଇଛି
ଆଗାମୀ ଦିନରେ ସାପ୍ତାହିକ ହାଟ ଓ କ୍ରୀଡା ପ୍ରତିଯୋଗିତା ରେ ଚଢ଼ାଉ କୁ ବ୍ୟାପକ କରାଯିବ ବୋଲି କରଞ୍ଜିଆ ଥାନା ଅଧିକାରୀ ନିରୋଜ ମଲ୍ଲିକ ସୂଚନା ଦେଇଛନ୍ତି.