ଜୁଆ ଖେଳ ପାଇଁ ଦାଦା କୁ ହାଣିଲା ପୁତୁରା
ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଜୁଆ ଖେଳକୁ କେନ୍ଦ୍ରକରି ଚୌଦ୍ୱାର ଥାନା ଅନ୍ତର୍ଗତ ପାଇକେରାପୁର ଗ୍ରାମରେ ହଣାକଟା ।ଏଥିରେ ଦୁଇଜଣ ଆହତ ହୋଇଥିବା ଜଣାପଡିଛି । ଗଣ୍ଡଗୋଳ ଟି ଦୁଇ ପରିବାର ଯେଉଁମାନେ କି ସମ୍ପର୍କୀୟ ଅଟନ୍ତି । ମିଳିଥିବା ସୂଚନା ଅନୁସାରେ ଜୁଆ ଖେଳ କେନ୍ଦ୍ର କରି ଗ୍ରାମର ଧରଣୀ ସ୍ୱାଇଁ ଓ ଅଭିନ ସ୍ବାଇଁଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଅଭିନ ଆଜି ସନ୍ଧ୍ୟା ସମୟରେ ସମ୍ପର୍କରେ ଦାଦା ହେଉଥିବା ଧରଣୀ ଙ୍କୁ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲେ ।ଚୌଦ୍ୱାର ପୋଲିସ ପହଂଚି ଆହତ ଧରଣୀଙ୍କୁ ଟାଙ୍ଗୀ ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ଏଠାରେ ସୁଚନା ଯୋଗ୍ୟ ଚୌଦ୍ୱାର ଥାନା ତଥା ଟିପିଏମ ଫାଣ୍ଡି ନିକଟରେ ଥିବା ପାଇକେରାପୁର ଗ୍ରାମରେ ନିୟମିତ ଜୁଆ ଖେଳ ହେଉଛି। ଗ୍ରାମର ଓଡିଶା ବନ ନିଗମ ଗୋଦାମ ଘର ଓ ଶନି ମନ୍ଦିର ନିକଟରେ ପ୍ରତିଦିନ ଜୁଆ ଖେଳ ହେଉଛି। ହେଲେ ଫାଣ୍ଡି ପକ୍ଷରୁ ଏହାକୁ ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବାର ଅଭିଯୋଗ ହେଉଛି । ସେହିପରି ଗ୍ରାମର ଗୋଲା ସାହିରେ ଦୋକାନ ଦେଇଥିବା ଜଣେ ବ୍ୟକ୍ତି ଯୁବକ ମାନଙ୍କୁ ଜୁଆ ଖେଳିବା ପାଇଁ ଉସୁକାଉଛନ୍ତି ।ସେମାନଙ୍କୁ ଟଙ୍କା ଧାର ସୂତ୍ରରେ ଦେଇ ଜିତିଲେ ଭାଗ ନେବା ସହ ହାରିଗଲେ ସେମାନଙ୍କ ଠାରୁ ସୁଧ ଆଦାୟ କରିଥାଏ । ଏଥିପାଇଁ ଗ୍ରାମରେ ଅନେକ ସମୟରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି ।ଚୌଦ୍ୱାର ପୋଲିସ ତୁରନ୍ତ ଏହି ଜୁଆ ଖେଳକୁ ବନ୍ଦ କରିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଅଛି ।