ଜୁଏଲସ୍ ଏଣ୍ଟରନେଶନାଲ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଆଜି ଜୁଏଲସ୍ ଏଣ୍ଟରନେଶନାଲ ଚେତନା ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମାନସିକ ସ୍ଵାସ୍ଥ୍ୟ ଦିବସ କଟକ ଜିଲ୍ଲାର ସୁବର୍ଣ୍ଣପୁର ଗ୍ରାମରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନରେ ଥିବା ମାନସିକ ସ୍ଥରରେ ଅସୁସ୍ଥ ଥିବା ଅନ୍ତେବାସୀ ମାନଙ୍କୁ ନେଇ ଅବସର ପ୍ରାପ୍ତ ସେନା ଅଧିକାରୀ ଶ୍ରୀଯୁକ୍ତ ଭଗବାନ ତ୍ରିପାଠୀଙ୍କ ତତ୍ୱାବଧାନରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଅନୁଷ୍ଠାନର କାର୍ଯ୍ୟନିଵାହୀ ସଦସ୍ୟ ଡ଼ଃ ବିନୟ ଭୂଷଣ ମହାପାତ୍ର , ଲଲାଟେନ୍ଦୁ କର ଯୋଗ ଦେଇ ଏହି ଦିବସର‌ ମହତ୍ତ୍ଵ, ମାନସିକ ଚ଼ାପକୁ କିଭଳି ଭାବରେ ରୋକା ଯାଇପାରିବ ତାହା ସଚେତନତା ରାଲି ମାଧ୍ୟମରେ ପ୍ରଚାରପତ୍ରିକା ଦେଇ ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ଗ୍ରାମବାସୀଙ୍କ ମୁଣ୍ଡରେ ସବୁଜ ରଙ୍ଗର ସଚେତନତା ବ୍ୟାଣ୍ଡ ବାନ୍ଧିଥିଲେ ।ଏହି ରାଲିରେ ମନୋବୈଜ୍ଞାନିକ ଡ଼ଃ ବିଚିତ୍ରାନନ୍ଦ ସ୍ୱାଇଁ ଯୋଗଦେଇ ମାନସିକ ରୋଗୀ ମାନଙ୍କୁ ଉତ୍ତମ ବ୍ୟବହାର ତଥା ତାଙ୍କ ସହ ଅଧିକ ସମୟ ମିଳାମିଶା କରିବା ଦ୍ଵାରା ତାଙ୍କ ମନକୁ ଆଶ୍ବସ୍ତ ମିଳିଥାଏ ବୋଲି ପରିପ୍ରକାଶ କରିଥିଲେ | ରାଲିରେ ଚେତନା ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଅନେକ ଗ୍ରାମବାସୀ ଯୋଗ ଦେଇଥିଲେ | ପରିଶେଷରେ ଅନୁଷ୍ଠାନର ମାନସିକ ସ୍ତରରେ ଅସୁସ୍ଥ ଅନ୍ତେବାସୀଙ୍କ ଦାୟିତ୍ୱରେ ଥିବା ସମାଜସେବା କର୍ମୀ , ସେବିକା ଏବଂ ପରିଚାରକ ମାନଙ୍କୁ ନେଇ ସୁସ୍ଥ ମାନସିକ ସ୍ୱାସ୍ଥ୍ୟ ଗଠନ ଉପରେ ଏକ ଆଲୋଚନା ଚକ୍ର କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ଏବଂ ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ସମାଜରେ ମାନସିକ ସ୍ୱାସ୍ଥ୍ୟ ଉପରେ ସମସ୍ତଙ୍କୁ ସଚେତନତା କରାଯାଇପାରିବ ବୋଲି ବିଭିନ୍ନ ମନସ୍ତତ୍ତ୍ୱବିତ୍ ଓ ସମାଜସେବୀ ପରିପ୍ରକାଶ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ