ଜୁଣୁପୁର ଗ୍ରାମରେ ଗଜଲକ୍ଷ୍ମୀ ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ସାରା ରାଜ୍ୟରେ ମା ଗଜଳଷ୍ମୀ ପୂଜା ମହୋତ୍ସବ ଚାଲିଥିବା ବେଳେ ଚଳିତ ବର୍ଷ ପୁରୀ ଜିଲ୍ଲା ନିମାପଡା ବ୍ଲକ ଭୋଦର ପଞ୍ଚାୟତ ଅନ୍ତର୍ଗତ ଜୁଣୁପୁର ଗ୍ରାମରେ ମା ଗଜଳଷ୍ମୀ ଙ୍କ ପୂଜା ଉତ୍ସଵ ସାତ ଦିନ ଧରି ଚାଲିଆସୁଥିଲା ।ଏହି ପୂଜା ୧୯୭୯ ମସିହା ଠାରୁ ଆଜିପର୍ଯ୍ୟନ୍ତ ନୀତିନିତ ଅନୁସାରେ ପୂଜା ହୋଇ ଆଜି ଭସାଣି ଉତ୍ସବ ମହା ସମାରୋହରେ ହୋଇଯାଇଛି।ବେଲପୋଖରି ସାହି, ମଲଉସାହି, ନାଲବାଗ , ବିଶିମାତ୍ରି ପ୍ରଭୁତି ସ୍ଥାନରେ ଦଳଗତ ନିର୍ବି ଶେଷରେ ସମସ୍ତେ ଏକତ୍ରିତ ହୋଇ ପୂଜା କରିଆସୁଥିବା ବେଳେ ଆଜି ଭସାଣି ଉତ୍ସବ ନିକଟସ୍ଥ ପ୍ରାଚୀ ନଦୀରେ ହୋଇଯାଇଛି ।ମଲଉସହି ଓ ବେଲ ପୋଖରୀ ସାହିରେ କ୍ଲବ ର ପିଲା ଓ ମହିଳା ମାନେ ମିଳିତ ହୋଇ ମା ଙ୍କ ପୂଜା କରିଥିଲେ ।ଭସାଣି ସମୟରେ ମୃଣ୍ମୟ ମୂର୍ତ୍ତି କୁ ଚାରିଛକ ବଜାର ପରିକ୍ରମା କରାଯାଇ ପ୍ରାଚୀ ନଦୀରେ ବିସର୍ଜନ କରାଯାଇଥିଲା କ୍ଲବ୍ ର ଉପଦେଷ୍ଟା ରଜ ପାତ୍ର ଏହାର ନେତୃତ୍ଵ ନେଇଥିଲେ ।