ଜୁନାପାଣିରେ ବିଜେପିର ବ୍ଲକ ସ୍ତରୀୟ ସାଂଗଠାନିକ ବୈଠକ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଜୁନାପାଣି ଠାରେ ବ୍ଲକ ସ୍ତରୀୟ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ଦିବାନ ସିଂ ଓ ସତମନ ପୂଜାରୀ ଙ୍କ ଆହ୍ଵାନ କ୍ରମେ ଆୟୋଜିତ ବୈଠକ ରେ ବ୍ଲକ ର ୧୨ ଗୋଟି ପଞ୍ଚାୟତ ର କର୍ମକର୍ତ୍ତା ଯୋଗ ଦେଇଥିଲେ। ବରିଷ୍ଠ ବିଜେପି ନେତା ଦିବାନ ସିଂ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଦଳ ର ସଙ୍ଗଠନ ବୃଦ୍ଧି କରିବାକୁ ଅଧିକ ସଂଖ୍ୟାରେ ଯୁବ ଗୋଷ୍ଠୀ ଙ୍କୁ ସାମିଲ କରିବାକୁ କହିଥିଲେ। ବୁଥ କମିଟି ଗଠନ ସହ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଦଳ ରେ ରହି ସବୁବେଳେ ଦଳ ବିରୋଧୀ କାର୍ଯ୍ୟ ସହ ବିଶୃଙ୍ଖଳ କରୁଥିବା ସଭ୍ୟ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ। କିଛି ଦିନ ତଳେ ବ୍ଲକ ର ଦୁଇଟି ମଣ୍ଡଳ ର କାର୍ଯ୍ୟକର୍ତ୍ତା ସାଂସଦ ବଳଭଦ୍ର ମାଝୀ ଙ୍କୁ ସାକ୍ଷାତ କରି ଡାବୁଗାଁ ନିର୍ବାଚନ ମଣ୍ଡଳ ଅନ୍ତର୍ଗତ ଡାବୁଗାଁ ବ୍ଲକ ର ଦଳୀୟ ସାଂଗଠାନିକ ସ୍ଥିତି ସମ୍ବନ୍ଧରେ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ,ଜିଲ୍ଲା ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଡାବୁଗାଁ ମଣ୍ଡଳ କାର୍ଯ୍ୟକାରୀ ସଭାପତି ମନୋଜ ପାତ୍ର, ବୋରୀଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା, ଯୁବ ସଭାପତି ୱାଇ ରାଜ ଶେଖର ଦୋରା ଓ ମନବୋଧ ଭତରା, ନାରୀ ନେତ୍ରୀ ମନୋରମା ନାୟକ,ନରେଶ ସିଂ, ଆର ଶଙ୍କର ରାଓ,ସ୍ଵାଧୀନ ପଟ୍ଟନାୟକ,ନୁରୁ ସିଂ, ବିଶ୍ଵନାଥ ମାଝୀ, ରାଜେନ୍ଦ୍ର ବିଶୋଇ,ନିଧି ମାଝୀ, ଭାସ୍କର ମହାପାତ୍ର,କକିନି ମୁନି, ପଙ୍କୋଜ ମାଝୀ,ଖଗୁ ଜାନି , ମହେନ୍ଦ୍ର ନାୟକ, ସୁରୁ ନାନା, ବ୍ଲକ ର ୧୨ ଟି ପଞ୍ଚାୟତ ରୁ ୧୧ ଟି ପଞ୍ଚାୟତ ର ବିଜେପି ପଞ୍ଚାୟତ ସଭାପତି ତଥା ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।