ଜୁନ୍‌ରୁ କେବଳ ବିଆଇଏସ୍‌ ମାର୍କା ହେଲମେଟ୍‌

ନୂଆଦିଲ୍ଲୀ : ଦୁଇ ଚକିଆ ଯାନ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ଦୁର୍ଘଟଣା ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ବିଶେଷକରି ହେଲ୍‌ମେଟ୍‌ ପିନ୍ଧି ନଥିବା କିମ୍ବା ନିମ୍ନମାନର ହେଲମେଟ୍‌ ପିନ୍ଧିଥିବା ଚାଳକମାନଙ୍କ ଆହତଜନିତ ସମସ୍ୟା ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ଦୁଇ ଚକିଆ ଚାଳକଙ୍କ ପାଇଁ କେବଳ ଭାରତରେ ନିର୍ମିତ ହେଉଥିବା ବିଆଇଏସ୍‌ ମାର୍କା ହେଲମେଟ୍‌ର ନିର୍ମାଣ ଓ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦେଶରେ ଦୁଇ ଚକିଆ ଯାନର ଚାଳକମାନେ ନିମ୍ନମାନର ହେଲମେଟ୍‌ ପିନ୍ଧିବାକୁ ଏଡ଼ାଇ ଦିଆଯାଇ ପାରିବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଗତ ୨୬ ତାରିଖରେ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିଷ୍ପତ୍ତି ୨୦୨୧ ଜୁନ୍‌ରୁ ଲାଗୁ ହେବ। ଦେଶର ଜଳବାୟୁକୁ ଦୃଷ୍ଟିରେ ରଖିବା ସହିତ ଦୁଇ ଚକିଆ ଗାଡ଼ି ଚାଳକମାନେ ଯେଭଳି ହେଲମେଟ ପିନ୍ଧିବେ ସେଥିପାଇଁ ଗୋଟିଏ କମିଟି ଗଠନ କରିବାକୁ ସୁପ୍ରିମ କୋର୍ଟର ଏକ କମିଟି ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ କମିଟି ଗଠନ ହୋଇଥିଲା। ଏଥିରେ ଏମ୍‌ସର ଡାକ୍ତର ଓ ବିଶେଷଜ୍ଞମାନେ ସଦସ୍ୟ ରହିଥିଲେ। ୨୦୧୮ ମାର୍ଚ୍ଚରେ କମିଟି ଏହାର ରିପୋର୍ଟ ଦେଇଥିଲା। ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କମିଟିର ଉକ୍ତ ରିପୋର୍ଟକୁ ଗ୍ରହଣ କରାଯାଇଥିଲା। କମିଟିର ସୁପାରିସ ଅନୁଯାୟୀ, ବିଆଇଏସ୍‌ ହେଲମେଟ୍‌ କେଉଁ ମାନର ହେବ ସେଥିରେ ସଂଶୋଧନ ଅଣାଯାଇଛି। ଭାରତରେ ଏକାଧିକ ହେଲମେଟ୍‌ ନିର୍ମାତା ଥିବାରୁ ଆଗାମୀ ଦିନରେ ଏ ନେଇ ପ୍ରତିଯୋଗିତା ହେବ ଏବଂ ଭଲ ହେଲମେଟ୍‌ ବଜାରକୁ ଆସିବ ବୋଲି ସରକାର ଆଶା ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ