ଜୁନ୍‌ ୨୨ ସୁଦ୍ଧା ରଥ କାମ ଶେଷ କର: ହାଇକୋର୍ଟ

ଭୁବନେଶ୍ବର : ଆସନ୍ତା ଜୁନ୍‌ ୨୨ ସୁଦ୍ଧା ରଥ କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ଓଡିଶା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ରଥ ନିର୍ମାଣ ତ୍ବାରାନ୍ବିତ ଗତିରେ ଚାଲିଥିବା ନେଇ ଏଜିଙ୍କ ରିପୋର୍ଟ ପରେ ହାଇକୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ କାରଣରୁ ରଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିବା ବେଳେ ଗୃହ ବିଭାଗର ଅନୁମତି ପରଠାରୁ ସାମାଜିକ ଦୂରତ୍ବ ସହିତ ରଥ କାମ ଆରମ୍ଭ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ