ଜେଏମ୍ଏଫସି କୋର୍ଟ କାର୍ଯ୍ୟକ୍ଷମ ପାଇଁ ରାଇକିଆ ନାଗରିକ ମଞ୍ଚର ଦାବି
ରାଇକିଆ,(ଓ୍ବାଇଏନ୍ଏସ୍): କନ୍ଧମାଳ ଜିଲ୍ଲା ରାଇକିଆରେ ତୁରନ୍ତ ଜେଏମ୍ଏଫସି କୋର୍ଟ ସ୍ଥାପନ ପାଇଁ ରାଇକିଆ ନାଗରିକ ମଞ୍ଚ ଦାବୀ କରିଛି । ରାଇକିଆ ଠାରେ କୋର୍ଟ ସ୍ଥାପନ ପାଇଁ ୨୦୧୭ ରେ ରାଜ୍ୟ ସରକାର ଙ୍କ ଦ୍ଵାରା ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜିଲ୍ଲାରେ ତିନୋଟି ନୂତନ କୋର୍ଟ ସ୍ଥାପନ ପାଇଁ ଗତ ଅଗଷ୍ଟ ମାସ ସାତ ତାରିଖ ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତରଫରୁ ଭିତ୍ତିଭୂମି ପାଇଁ ଚିଠି ପ୍ରକାଶ ପାଇଥିଲା । ଏହି ତାଲିକା ରେ ରାଇକିଆ ର ନାମ ଥିବା ରୁ ଏହାକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ରାଇକିଆ ନାଗରିକ ମଞ୍ଚ ଦାବୀ କରିଛି । ଦୀର୍ଘ ବର୍ଷ ହେଲା ରାଇକିଆ ଠାରେ କୋର୍ଟ ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ବିଭିନ୍ନ କାରଣ ରୁ ଏହା ହୋଇ ପାରୁନଥିଲା । ବିଶେଷ କରି ସମସ୍ତ ଭିତ୍ତିଭୂମି ସୁବିଧା ଥିବା ସତ୍ୱେ କୋର୍ଟ ସ୍ଥାପନ ହେଉ ନଥିବାରୁ ଅସୋନ୍ତଷ ମଧ୍ୟ ଦେଖା ଦେଇଥିଲା । ଗତ ମାସ ରେ ସ୍ଥାପନ ନେଇ ଖବର ପ୍ରକାଶ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟ ରେ ଉତ୍ସlହ ଦେଖା ଦେଇଛି । ଏହା ଯେପରି ଖୁବ୍ ଶୀଘ୍ର ହେଇପାରିବ ସେ ନେଇ ପଦକ୍ଷେପ ନେବା ପାଇଁମଙ୍ଗଳବାର ରାଇକିଆ ନାଗରିକ ମଞ୍ଚ ତରଫରୁ ଏକ ଲିଖିତ ଦାବୀ ପତ୍ର ତହସିଲଦାର ଙ୍କ କାର୍ଯ୍ୟାଳୟ ରେ ତହସିଲଦାର ଙ୍କ ଅନୁପସ୍ଥିତ ରେ କିରାଣୀ ଙ୍କୁ ପ୍ରଦାନ କରାଯାଇଛି । ଏଥି ସହ ଖୁବ୍ ଶୀଘ୍ର ଏ ନେଇ ଜିଲ୍ଲାପାଳ ଙ୍କୁ ଭେଟି ଆଲୋଚନା କରାଯିବା ବୋଲି ମଞ୍ଚ ତରଫରୁ କୁହାଯାଇଛି । ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ମାସ ରେ ମଞ୍ଚ ତରଫରୁ ହାଇ କୋର୍ଟ ମୁଖ୍ୟ ବିଚାରପତି ଙ୍କୁ ମଧ୍ୟ ସାକ୍ଷାତ କରି ରାଇକିଆ ଠାରେ କୋର୍ଟ ସ୍ଥାପନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ରାଇକିଆ ବ୍ଲକ ର ୬୦୦୦୦ ରୁ ଉର୍ଦ୍ଧ୍ବ ଲୋକ ଜି ଉଦୟଗିରି କୋର୍ଟ ଉପରେ ନିର୍ଭର କରୁଛନ୍ତି । ବିଭିନ୍ନ ମାନି ମୋକଦ୍ଧମା ରେ ଜି ଉଦୟଗିରି ଦୋୖଡି ଦୋୖଡି ହଇରାଣ ହେଉଛନ୍ତି । ରାଇକିଆ ଥାନା ଅଧୀନ ରୁ ପାଖାପାଖି ୯୦୦ କେସ ଜି ଉଦୟଗିରି କୋର୍ଟ ରେ ବିଚାରଧୀନ ରହିଛି ।