ଜେକେ ଟାୟାରର ପ୍ରଥମ ତ୍ରୈମାସରେ ୬% ଅଭିବୃଦ୍ଧି
(ଯୁଗାବ୍ଦ ନ୍ୟୁଜ) , ଅଗ୍ରଣୀ ଟାୟାର ନିର୍ମାତା ଜେକେ ଟାୟାର ଇଣ୍ଡଷ୍ଟ୍ରିଜ ର ଚଳିତ ବର୍ଷ ପ୍ରଥମ ତ୍ରୈମାସ ଫଳାଫଳ ପ୍ରକାଶ ପାଇଛି । ଏଥିରେ କମ୍ପାନୀର ବିକ୍ରିରେ ୬% ବୃଦ୍ଧି ଘଟି ନେଟ ସେଲସ୍ ୨୫୮୧ କୋଟି ରେ ପହଂଚିଛି । ଏହାଦ୍ୱାରା ପ୍ରଥମ ତ୍ରୈମାସରେ କାର୍ଯ୍ୟକାରି ଲାଭ ୨୪୬ କୋଟି ରେକର୍ଡ କରାଯାଇଛି ।ଏହି ଫଳାଫଳ ଉପରେ ସୁଚନା ଦେଇ କମ୍ପାନୀର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡଃ ରଘୁପତି ସିଂଘାଣିଆ କହିଛନ୍ତି, “ଏହି ତ୍ରୈମାସ ଅଟୋ ଶିଳ୍ପ ପାଇଁ ଖୁବ କଷ୍ଟ ଦାୟକ ଥିଲା । ଅଧିକାଂଶ ମୂଳ ଯନ୍ତ୍ରପାତି ନିର୍ମାତା (ଓଇଏମ) ଉତ୍ପାଦ ବିକ୍ରିରେ ହ୍ରାସର ସାମ୍ନା କରିଥିଲେ । ତେବେ କମ୍ପାନୀର
ରିପ୍ଲେସମେଂଟ ବ୍ୟବସାୟରେ ୧୮ପ୍ରତିଶତ ବୃଦ୍ଧି ଓ ପୂର୍ବ ବର୍ଷର ଏହି ସମୟ ତୁଳନାରେ ରତ୍ପାନୀ
ଉପରେ ୫୦ ପ୍ରତିଶତ ବୃଦ୍ଧି ଯୋଗୁଁ ସମୁହ ଭାବରେ ୧୦ପ୍ରତିଶତ ଅଭିବୃଦ୍ଧି ଘଟିଛି ।” କମ୍ପାନୀ ପକ୍ଷରୁ ଦ୍ୱିତୀୟ ତ୍ରୈମାସରେ ଅଭିବୃଦ୍ଧି ହାରରେ ଉନ୍ନତି ଘଟିବ ବୋଲି ଆଶା ପ୍ରକାଶ କରାଯାଇଛି ।
କମ୍ପାନୀ ପକ୍ଷରୁ ସୁଚନା ଦିଆଯାଇଛି ଯେ ଏହାର ଜେକେ ଟର୍ଣ୍ଣେଲ, ମେକ୍ସିକୋ ଏବଂ କ୍ୟାଭେଣ୍ଡିସ ଇଣ୍ଡଷ୍ଟ୍ରିଜ ଏହି ତ୍ରୈମାସରେ ଭଲ ପ୍ରଦର୍ଶନ କରିଛନ୍ତି


