ଜେକେ ଟାୟାର ପକ୍ଷରୁବ୍ଲେଜ୍ ରାଇଡର ଟାୟାରର ବଜାର ପ୍ରବେଶ
(ଯୁଗାଦ୍ଦ ନ୍ୟୁଜ), ଅଗ୍ରଣୀ ଟାୟାର ନିର୍ମାତା ତଥା ଭାରତର ରେଡିଆଲ୍ ଜ୍ଞାନକୌଶଳରେ ଖ୍ୟାତି ହାସଲ କରିଥିବା ଜେକେ ଟାୟାର ଏବଂ ଇଣ୍ଡଷ୍ଟ୍ରି ଲିମିଟେଡ୍ ପକ୍ଷରୁ ପ୍ରିମିୟମ୍ ମୋଟରସାଇକେଲ ପାଇଁ ବ୍ଲେଜ୍ ରାଇଡର ଟାୟାରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ସୁଦୃଢ଼ ଗ୍ରିପ୍, ସ୍ମାର୍ଟ ୱାଟର ଚାନେଲିଂ ଆଦି ବୈଶିଷ୍ଟ୍ୟ ରହିଛି । ବ୍ଲେଜ୍ ରାଇଡର ବିଆର୍-୪୩ ଟାୟାର ୧୪୦/୭୦-୧୭ ସାଇଜ୍ରେ ଉପଲବ୍ଧ ହେଉଛି । ଏହା ଦ୍ୱାରା ପୂର୍ଣ୍ଣ ନିୟନ୍ତ୍ରଣରେ ଚାଳକ ଗାଡ଼ି ଚଳାଇବାକୁ ସକ୍ଷମ ହେବେ ।ଏହି ଅବସରରେ ଜେକେ ଟାୟାର ଏବଂ ଇଣ୍ଡଷ୍ଟ୍ରି ଲିଃ.ର ମାର୍କେଟିଙ୍ଗ୍ ନିର୍ଦ୍ଦେଶକ ବିକ୍ରମ ମାଲହୋତ୍ରା କହିଲେ, “ ଭାରତୀୟ ଟାୟାର ଶିଳ୍ପରେ ନବୀନତମ ଜ୍ଞାନକୌଶଳର ଉପଯୋଗ କ୍ଷେତ୍ରରେ ଜେକେ ଟାୟାର ବେଶ୍ ଖ୍ୟାତି ହାସଲ କରିପାରିଛି । ବ୍ଲେଜ୍ ରାଇଡର ବିଆର୍-୪୩ ଟାୟାର ଏହାର ଉକ୍ରଷତା ପ୍ରତିପାଦିତ କରିବାକୁ ସକ୍ଷମ ହେବ । ଏହା ଗ୍ରାହକଙ୍କ ରାଇଡିଂ ଅଭିଜ୍ଞତାକୁ ରୁଦ୍/ଦିକନ୍ତ କରିବାକୁ ସକ୍ଷମ ହେବ । ଏହାର ଦୃଢ଼ତା ଏବଂ କାର୍ଯ୍ୟ ପାଇଁ ବେଶ୍ ପରିଚିତି ହାସଲ କରିବାକୁ ସକ୍ଷମ ହେବ । ଏଭଳି ଉତ୍ପାଦ ଭବିଷ୍ୟତରେ ପ୍ରଚଳନ ପାଇଁ ଆମେ ପ୍ରୟାସ ଜାରି ରଖିବୁ”। ବ୍ଲେଜ୍ ରାଇଡର ବିଆର୍-୪୩ ଦୁଇ ଚକିଆ ଯାନ ଟାୟାର ଲାଇଫ୍ ଟାଇମ୍ ୱାରେଂଟିରେ ଉପଲବ୍ଧ ହେଉଛି । ତେବେ ଏଥି ପାଇଁ ସର୍ତାବଳୀ ଲାଗୁ ହେବ । ସୂଚନା ଯୋଗ୍ୟ ଯେ, ଜେକେ ଟାୟାର ଦେଶରେ ଟାୟାର ନିର୍ମାଣ କ୍ଷେତ୍ରରେ ଖ୍ୟାତି ହାସଲ କରିଥିବାବେଳେ ବିଶ୍ୱର ୨୫ଟି କମ୍ପାନୀ ମଧ୍ୟରେ ନିଜର ସ୍ଥିତି ସୁଦୃଢ଼ କରିପାରିଛି । ୨୦୧୭ରେ ଏହା ଭାରତର ସୁପର ବ୍ରାଣ୍ଡ୍ କମ୍ପାନୀ ଭାବେ ୬ଷ୍ଟ ଥର ପାଇଁ ସ୍ଥାନୀତ ହୋଇଥିଲା । ବିଶ୍ୱର ୬ଟି ମହାଦେଶର ୧୦୦ଟି ଦେଶରେ କମ୍ପାନୀ ଏହାର କାରବାର ଜାରି ରଖିଥିବାବେଳେ ଏହାର ୧୨ଟି ପ୍ଲାଂଟ୍ ମ୍ମରୁ ୯ଟି ଭାରତରେ ଏବଂ ୩ଟି ମେକ୍ସିକୋରେ ରହିଛି । ସମ୍ପ୍ରତି ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୩୫ ନିୟୁତ ଟାୟାର ରହିଛି । ୨୦୧୬ ଏପ୍ରିଲ୍ରେ ଏହା ବିର୍ଲା ଟାୟାରର କ୍ୟାଭେଣ୍ଡିସ୍ ଇଣ୍ଡିଆ ଲିମିଟେଡ୍କୁ ଅଧିଗ୍ରହଣ କରିଥିଲା । ୨୦୧୮ରେ ମହୀଶୂରଠାରେ କମ୍ପାନୀର ରଘୁପତି ସିଂଘାଣିଆ ସେଂଟର ସ୍ଥାପିତ ହୋଇଛି ।
ଜେକେ ପକ୍ଷରୁ ପ୍ରଥମ ରେଡିଆଲ୍ ଟାୟାର ୧୯୭୭ରେ ନିର୍ମାଣ କରାଯାଇଥିଲା । ଏହା ବସ୍ ,ଟ୍ରକ୍, ତିନି ଚକିଆ, ଦୁଇ ଚକିଆ ପ୍ରଭୃତି ଟାୟାର ନିର୍ମାଣ କ୍ଷେତ୍ରରେ କାରବାର ଗତ ତିନି ଦଶକ ଧରି ଜାରି ରଖିଛି । ଏହା ୩ କିଗ୍ରା ଓଜନର ୩.୫ ଟନ୍ ଓଟିଆର୍ ଟାୟାର ପ୍ରସ୍ତୁତ କରିଥାଏ । ଦେଶରେ ଏହାର ୪୦୦୦ଡିଲର ଏବଂ ୪୫୦ରୁ ଅଧିକ ବ୍ରାଣ୍ଡ୍ ଶପ୍ ରହିଛି ।