ଜେକେ ଟାୟାର ପକ୍ଷରୁ ନେପାଳରେ ରିଟ୍ରେଡ୍ ସେଂଟର ସ୍ଥାପନ
ଜେକେ ଟାୟାର ପକ୍ଷରୁ ନେପାଳରେ ରିଟ୍ରେଡ୍ ସେଂଟର ସ୍ଥାପନ କରାଯାଇଛି । ୨୦୨୦ ସୁଦ୍ଧା ୧୦୦ ଏଭଳି ସେଂଟର ସ୍ଥାପନ କରିବାର ଯୋଜନା ରହିଛି । ଏଠାରେ ପୁରୁଣା ଟାୟାର ଉପରେ ଟାୟାର ପକାଇବା କାର୍ଯ୍ୟ ସମ୍ପନ୍ନ ହେବ । ସମ୍ପ୍ରତି ଏଭଳି ୩୬ଟି ସେଂଟର ରହିଛି । ଏହି ଅବସରରେ ଜେକେ ଟାୟାର ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ନ୍ୟାସନାଲ୍ ସେଲସ୍ ଉପସଭାପତି ଏବଂ ହେଡ୍ ଦିନେଶ୍ ଦାସାନୀ କହିଲେ, “କମ୍ପାନୀର ପ୍ରଥମ ରିଟ୍ରେଡ୍ ସୁବିଧା ନେପାଳରେ ଉଦ୍ଘାଟିତ ହୋଇଥିବାରୁ ଆମେ ବେଶ୍ ଆନନ୍ଦିତ । ଏଠାକାର ଚାହିଦାକୁ ଦୃଷ୍ଟିରେ ରଖି ଏଭଳି ସେଂଟର ସ୍ଥାପନ କରାଯାଇଛି । ଏଠାରେ ୱାନ୍-ଷ୍ଟପ୍ ସଲ୍ୟୁସନ୍ ଉପଲବ୍ଧ ହେବ । ୨୦୦୯ରେ ରିଟ୍ରେଡିଙ୍ଗ କ୍ଷେତ୍ରରେ ଜେକେ ଟାୟାର ପ୍ରବେଶ କରିଥିଲା । ଏହା ରାଜସ୍ଥାନର କାଙ୍କ୍ରୋଲିଠାରେ ଉପଲବ୍ଧ ହେଉଥିଲା । ପରବର୍ତୀ ସମୟରେ ଏହା ଦେଶର ବିଭିନ୍ନ ରାଜ୍ୟୋର ସ୍ଥାପିତ ହୋଇଥିଲା । ସୂଚନା ଯୋଗ୍ୟ ଯେ, ଜେକେ ଟାୟାର ଦେଶରେ ଟାୟାର ନିର୍ମାଣ କ୍ଷେତ୍ରରେ ଖ୍ୟାତି ହାସଲ କରିଥିବାବେଳେ ବିଶ୍ୱର ୨୫ଟି କମ୍ପାନୀ ମଧ୍ୟରେ ନିଜର ସ୍ଥିତି ସୁଦୃଢ଼ କରିପାରିଛି । ୨୦୧୯ରେ ଏହା ଭାରତର ସୁପର ବ୍ରାଣ୍ଡ୍ କମ୍ପାନୀ ଭାବେ ସପ୍ତମ ଥର ପାଇଁ ସ୍ଥାନୀତ ହୋଇଛି । ବିଶ୍ୱର ୬ଟି ମହାଦେଶର ୧୦୫ଟି ଦେଶରେ କମ୍ପାନୀ ଏହାର କାରବାର ଜାରି ରଖିଥିବାବେଳେ ଏହାର ୧୨ଟି ପ୍ଲାଂଟ୍ ମଧ୍ୟରୁ ୯ଟି ଭାରତରେ ଏବଂ ୩ଟି ମେକ୍ସିକୋରେ ରହିଛି । ସମ୍ପ୍ରତି ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୩୫ ନିୟୁତ ଟାୟାର ରହିଛି । ୨୦୧୬ ଏପ୍ରିଲ୍ରେ ଏହା ବିର୍ଲା ଟାୟାରର କ୍ୟାଭେଣ୍ଡିସ୍ ଇଣ୍ଡିଆ ଲିମିଟେଡ୍କୁ ଅଧିଗ୍ରହଣ କରିଥିଲା । ୨୦୧୮ରେ ମହୀଶୂରଠାରେ କମ୍ପାନୀର ରଘୁପତି ସିଂଘାଣିଆ ସେଂଟର ସ୍ଥାପିତ ହୋଇଛି । ଜେକେ ପକ୍ଷରୁ ପ୍ରଥମ ରେଡିଆଲ୍ ଟାୟାର ୧୯୭୭ରେ ନିର୍ମାଣ କରାଯାଇଥିଲା । ଏହା ବସ୍ ,ଟ୍ରକ୍, ତିନି ଚକିଆ, ଦୁଇ ଚକିଆ ପ୍ରଭୃତି ଟାୟାର ନିର୍ମାଣ କ୍ଷେତ୍ରରେ କାରବାର ଗତ ତିନି ଦଶକ ଧରି ଜାରି ରଖିଛି । ଏହା ୩ କିଗ୍ରା ଓଜନର ୩.୫ ଟନ୍ ଓଟିଆର୍ ଟାୟାର ପ୍ରସ୍ତୁତ କରିଥାଏ । ଏହା ଭିଇଏମ୍ ୦୪୫ ନିର୍ମଣେ କରି ଲିମ୍କା ବୁକ୍ ରେକର୍ଡ ସ୍ଥାପନ କରିଛି । ଏହାର ଡିଲର ସଂଖ୍ୟା ୪୦୦୦ ଥିବାବେଳେ ଏହାର ବ୍ରାଣ୍ଡ୍ ଶପ୍ ସଂଖ୍ୟା ୪୫୦ରୁ ଅଧିକ ରହିଛି ।