ଜେକେ ଟାୟାର ଲଂଚ କଲା ସବୁଠୁ ଅଧିକ ଫୁଏଲ ଏଫିସିଏଂଟ

ଭାରତୀୟ ଟାୟାର ଉଦ୍ୟୋଗରେ ପ୍ରମୁଖ କମ୍ପାନୀ ଏବଂ ଟ୍ରକ ବସ୍ ରେଡିଏଲ ବର୍ଗ ବଜାରର ଅଗ୍ରଣୀ ଜେକେ ଟାୟାର ଏଣ୍ଡ ଇଣ୍ଡଷ୍ଟ୍ରିଜ ଲିଃ ଫୁଏଲ ଏଫିସିଏଂଟ ଟାୟାରର ଏକ୍ସଏଫ୍-ସିରିଜ ଲଂଚ କରିଛନ୍ତି । ଏହା ଗ୍ରାହକ ମାନଙ୍କ ପାଇଁ ପ୍ରତି କିଲୋମିଟର ମୁଲ୍ୟ (ସିପିକେଏମ) ରେ ସଂଚୟ କରିବା ସହ ଉନ୍ନତ ମାଇଲେଜ ପ୍ରଦାନ କରିପାରୁଛି । ଇନ୍ଧନ ବଂଚାଇପାରୁଥିବା ଏହି ଏକ୍ସଏଫ୍ ଟାୟାର ସିରିଜ ର ଦୁଇଟି ସଂସ୍କରଣ ଅଛି – ଫ୍ରଂଟ ଏକ୍ସଲେ ଜେଟ୍ୱେ ଜେୟୁଏଚ ଏକ୍ସଏଫ୍ ଏବଂ ରିୟର ଏକ୍ସଲେ ଜେଟ୍ଷ୍ଟିଲ ଜେଡିଏଚ ଏକ୍ସଏଫ୍ ।
ଏକ୍ସଏଫ୍ ସିରିଜ ନିର୍ମାଣରେ ଅତ୍ୟାଧୁନିକ ଏବଂ ଉନ୍ନତ ପ୍ରଦୌଗିକ ଲୋୟର ରୋଲିଂ ରେଜିଷ୍ଟାନ୍ସ (ଆରଆରସି) ର ବ୍ୟବହାର ହୋଇଛି । ଏହି ପ୍ରଯୁକ୍ତି ସାଧାରଣ ରେଡିଏଲ ଟାୟାର ତୁଳନାରେ ଇନ୍ଧନ ର ୮ ପ୍ରତିଶତ ପର୍ଯ୍ୟନ୍ତ ସଂଚୟ କରିଥାଏ ଏବଂ ଟାୟାରର କ୍ଷମତା ବଢାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ