ଜେନିଫର-ମଲାଇକା କରିବେ ଲାଇଭ ଯୋଗ ସେସନ

ଜେନିଫର ଲୋପେଜ, ଆଲେକ୍ସ ରଡ୍ରିଗେଜ, ମଲାଇକା ଅରୋରା, ଐଶ୍ବର୍ଯ୍ୟା ଧନୁଷ, ମାର୍କ ମସ୍ତୋଭ (ଯେଉଁମାନଙ୍କୁ ଫିଟନେସର ଷ୍ଟିଭ ଜବ୍‌ସ ବୋଲି କୁହାଯାଏ) ଭଳି ସେଲିବ୍ରିଟି ଲାଇଭ ଯୋଗ ସେସନ ମାଧ୍ୟମରେ ୧୪ ଦିନ ପାଇଁ ଇମ୍ୟୁନିଟି ବିଲ୍ଡର ପ୍ରୋଗ୍ରାମ ସହିତ ଯୋଡ଼ି ହୋଇଯାଇଛନ୍ତି। ଯୋଗ ଏବଂ ୱେଲନେସ ଷ୍ଟୁଡିଓ ଚେନ ଦ୍ବାରା ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଲୋକଙ୍କ ପାଇଁ ୱାର୍କ ଆଉଟ ଉପଲବ୍ଧ କରାଇବା। ବିଶେଷକରି ଯେଉଁମାନେ ମହାମାରୀ କାରଣରୁ ଲକଡାଉନରେ ଫସିରହିଛନ୍ତି ସେମାନେ ଏହା ମାଧ୍ୟମରେ ନିଜକୁ ସୁସ୍ଥ ରଖିପାରିବେ। ସର୍ଭର ଲାଇଭ ପ୍ଲାଟଫର୍ମ ମାଧ୍ୟମରେ ୨୫ଟି ଦେଶରେ ୧ ମାସ ପାଇଁ ୭,୫୦୦ ଲାଇଭ ସେସନ କରାଯିବ। କଣ୍ଠଶିଳ୍ପୀ, ଡ୍ୟାନ୍ସର, ଅଭିନେତ୍ରୀ ଓ ଯୋଗ ଷ୍ଟାର୍ଟଅପରେ ଇନଭେଷ୍ଟ କରିଥିବା ଜେନିଫର କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ସେମାନେ ଏଭଳି ଏକ ସେସନ କରିବାକୁ ଯାଉଥିବାରୁ ସେ ବହୁତ ଖୁସି ଅଛନ୍ତି। ଏହା ସାରା ବିଶ୍ବର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି। ସେହିପରି ସର୍ଭ ଏଣ୍ଡ ଦିଭାର ସହପ୍ରତିଷ୍ଠାତା ମଲାଇକା ଅରୋରା କହିଛନ୍ତି ଯେ ଏହା ଏପରି ଏକ ସମୟ ଯେଉଁଥି ପାଇଁ ସେମାନେ ଏକ ବଡ଼ ତଥା ସାଧାରଣ କାରଣ ପାଇଁ ଯୋଡ଼ି ହୋଇଛନ୍ତି। ଏହା ହେଉଛି ମହାମାରୀ ଓ ଭବିଷ୍ୟତରେ ଏହି ମହାମାରୀ ସହିତ ଲଢ଼ିବା ପାଇଁ ନିଜ ସ୍ବାସ୍ଥ୍ୟକୁ ଉତ୍ତମ ରଖିବାକୁ ହେବ ବୋଲି ଜେନିଫର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ