ଜେମ୍ସ ହସ୍ପିଟାଲ ତରଫରୁ ମେଗା ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣାରେ ଉପଯୁକ୍ତ ଚିକିତ୍ସା ଉପଲବ୍ଧ ପାଇଁ ମେଗା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆରମ୍ଭ କଲା ରାଗୋଲୁ ସ୍ଥିତ ଜେମ୍ସ ବେସରକାରୀ ହସ୍ପିଟାଲ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଗା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଛି।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ,ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ,ଯୁବ ସଭାପତି ଶାସନମ ଲିଙ୍ଗରାଜ, ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ ଓ ବିଡ଼ିଓ ଭାସ୍କର ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ ରାଗୋଲୁ ସ୍ଥିତ ଜେମ୍ସ ହସ୍ପିଟାଲ ପକ୍ଷରୁ ମାଗଣା ଚିକିତ୍ସା ଓ ମାଗଣା ଔଷଧ ପ୍ରଦାନ କରାଯାଇଛି। ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ୫୬୦ ରୋଗୀ ପଞ୍ଜିକରଣ କରିଥିଲେ ଏବଂ ବିଭିନ୍ନ ରୋଗର ଲକ୍ଷଣ ଦେଖି ଚିକିତ୍ସା କରାଯାଇଛି ନିୟମିତ ଭାବେ ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଭେଷଜ ବିଭାଗ,ହୃଦ ରୋଗ ବିଭାଗ, ମେଘତତ୍ତ୍ୱ ବିଭାଗ, ଚର୍ମରୋଗ ଓ ସାଧାରଣ ଲକ୍ଷଣ ଦେଖି ଔଷଧ ଦିଆଯିବା ସହ ଅଧିକା କୌଣସି ଅଙ୍କଲୋଜି ଓ ସର୍ଜିକାଲ ରୋଗାକ୍ରାନ୍ତ ଥିବା ରୋଗୀଙ୍କୁ ଜେମ୍ସ ହସ୍ପିଟାଲରେ ମାଗଣା ଚିକିତ୍ସା କରାଯିବ ବୋଲି କହିଛନ୍ତି ଅଧ୍ୟକ୍ଷ ଶ୍ରୀ ରାଓ।ଶ୍ରୀ ରାଓଙ୍କ ସମେତ ବିଶ୍ଵଜିତ ତ୍ରିପାଠୀ, ଲଷ୍ମୀ ପରିଚା,ମସୃମ ରଇଟ,ସମିତି ସଭ୍ୟ ଇସମତି ରଇତ,ମାଳତୀ ଲିମା, ବାବୁନା ଜେନା ଓ ଏନସ ଗମାଙ୍ଗ ସମସ୍ତ ଷ୍ଟଲ ବୁଲି ଦେଖିବା ପରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଓ ପ୍ରକୋଷ୍ଟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ