ଜେଲରେ ଫିନାଲଲ ପିଇ ମହିଳା କଏଦୀ ମୃତ

ଜୟପୁର, (ଓ୍ୱାଇଏନ୍‌ଏସ୍‌): ଜୟପୁର ଉପକାରାଗାରରେ ବିଚାରଧୀନ ମାମଲାର ଜଣେ ମହିଳା କଏଦୀ ଫିନାଇଲ ପିଇ ମୃତ୍ୟୁ ଘଟିଥିବା ଜଣାପଡିଛି। ମହିଳା କଏଦୀ ଜଣକ ଦୀର୍ଘ ଦିନ ହେବଣି ଗଞ୍ଜେଇ କେଶରେ ସଜା କଟୁଥିଲେ। ମୃତ ମହିଳା କଏଦୀ ଜଣକ ଜୟପୁର ସହରର ପିଆରପେଟାର ଲୀନା ପାଣିଗ୍ରାହୀ ବୋଲି ଜଣାପଡିଛି। ଗଞ୍ଜେଇ ମାମଲାରେ ଗତ ୪.୧.୨୦୨୦ ରେ ଜୟପୁର ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚଲାଣ କରିଥିଲା ସେହିଦିନ ଠରୁ ଜୟପୁର ଉପକାରାଗାରରେ ଲିନା
ବିଚାରଧୀନ କଏଦୀ ଭେବେ ଜେଲରେ ଥିଲେ। ଆଜି ସକାଳ ୭ଘଣ୍ଟା ସମୟରେ ଜେଲ ମଧ୍ୟରେ ସଫା କରିବା ପାଇଁ ଥିବା ଫିନାଇଲକୁ ସେ ପିଇ ଦେଇଥିଲେ। ଘଟଣାକୁ ନେଇ ଜେଲ କର୍ତୃପକ୍ଷ ତାଙ୍କୁ ପ୍ରଥମେ ଜୟପୁର ଜିଲା ମେଡିକାଲ ଏବଂ ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ ହେଲେ ତାଙ୍କର ସେଠାରେ ମୃତ୍ୟୁ ଘଟିଛି । ଅନ୍ୟ ପଟେ ଘଟଣାକୁ ନେଇ ତୁରନ୍ତ ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦିଆଯାଇଛି ଏବଂ ସେମାନେ ମଧ୍ୟ କୋରାପୁଟ ମେଡିକାଲ କଲେଜରେ ପହଞ୍ଚିଛନ୍ତି ବୋଲି ସୂଚନା ଦେଇଛନ୍ତି ଜୟପୁର ଜେଲର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ