ଜିଲ୍ଲା ପ୍ରଶାସନ ତରଫରୁ ଶୁଖିଲା ରାସନ କିଟ୍ ବଂଟନ

ବାଲେଶ୍ୱର (ସରୋଜ ପଣ୍ଡା) : ଲକଡାଉନ ସମୟରେ ନିଜ ଗୁଜରାଣ ମେଂଟାଇବା ଲାଗି ବିଭିନ୍ନ ସମସ୍ୟାର ସାମ୍ନା କରୁଥିବା ୫୩ଟି ଅସହାୟ ପରିବାରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଶୁଖିଲା ରାସନ କିଟ୍ ବଂଟନ କରାଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଜରୁରୀକାଳୀନ ବିଭାଗ ତରଫରୁ ୨୩ଜଣ ଗୁପଚୁପ ବିକାଳୀ ଏବଂ ୩୦ଜଣ ଜୋତା ମରାମତକାରୀଙ୍କ ପରିବାରକୁ ଏହି କିଟ ପ୍ରଦାନ କରାଯାଇଛି । ପ୍ରତ୍ୟେକ ରାସନ କିଟ୍‌ରେ ୧୦ କିଲୋ ଚାଉଳ, ୫ କିଲୋ ଆଳୁ, ୧ କିଲୋ ପିଆଜ, ୧ କିଲୋ ଡାଲି ସହ ୧ଲିଟର ତେଲ ରହିଛି । ଲକଡାଉନ ଅବଧିରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ସରକାରୀ ସହାୟତା ପାଇଁ ଆବେଦନ କରିଥିବା ଏହି ପରିବାରବର୍ଗଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ଚକ୍ରବର୍ତୀ ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସମ୍ପୃକ୍ତ ପରିବାରବର୍ଗଙ୍କ ପାଖରେ ରାସନ କାର୍ଡ ନ ଥିବାରୁ ସେମାନେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବଙ୍କ ତତ୍ୱାବଧାନରେ ଏହି ରାସନ କିଟ୍ ବଂଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ