ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଧେହ ଜନକ ମୃତ୍ୟୁ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବେଲ୍ଲଗୁଣ୍ଠ। ଥାନା ଅନ୍ତର୍ଗତ ତନରଡା ଗ୍ରାମର ଚରଣ ବେହେରା ସାମାନ୍ୟ କିଛି ମିକ୍ସଚର,ବିସ୍କୁଟ ଚୋରୀ ଅଭିଯୋଗ ରେ ଗତ ୧୧ ଜୁଲାଇରେ ଭଞ୍ଜନଗର ଜେଲ କୁ ଆସିଥିଲେ।କିନ୍ତୁ ଆଜି ସକାଳେ ପରିବାର ଲୋକେ ଚରଣ ବେହେରା ଙ୍କ ମୃତ ଦେହ ଭଞ୍ଜନଗର ଡାକ୍ତର ଖାନା ରେ ଥିବାର ଖବର ପାଇଥିଲେ।ପୋଲିସ ଏଆ କହିବା କଥା ଗତ ରାତିରେ ଚରଣ ର ଦେହ ଅସୁସ୍ଥ ହୋଇଥିଲା ଓ ତାଙ୍କୁ ଆଜି ସକାଳେ ଭଞ୍ଜନଗର ଡାକ୍ତରଖାନା ନିଆଯାଇଥିଲା ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ କିନ୍ତୁ ପରିବାର ଲୋକ ଏହାକୁ ଏକ ହତ୍ୟା କାଣ୍ଡ ବୋଲି ଅଭିଯୋଗ କରିଛନ୍ତି।ଯେତେବେଳେ ସେ ଜେଲ ଯାଇଥିଲେ ଶରୀରରେ କୌଣସି କ୍ଷତ ନଥିଲା କିନ୍ତ ଆଜି ମୃତ୍ୟୁ ବେଳେ ଶରୀରରେ ଅନେକ ଜାଗାରେ କ୍ଷତ ଚିହ୍ନ ଅଛି, ପରିବାର ଲୋକ ଙ୍କ ଅଭିଯୋଗ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଛି।ତେଣୁ ଖବର ହସ୍ତଗତ ହେବା ସମୟ ସୁଦ୍ଧା ଗ୍ରାମବାସୀ ଓ ପରିବାର ଲୋକେ କ୍ଷତି ପୂରଣ ଦାବିରେ ଶବକୁ ଛାଡି ନଥିଲେ।ଚରଣ ଙ୍କ ବୟସ ୩୫ ହୋଇଥିବା ବେଳେ ପରିବାର ରେ ସ୍ତ୍ରୀ ଓ ତିନୋଟି ପୁଅ ଝିଅ ଅଛନ୍ତି।ଘଟଣା ବିଷୟରେ ଜାଣିବା ପାଇଁ ଯେତେବେଳେ ସାମ୍ବାଦିକ ବନ୍ଧୁ ମାନେ ଜେଲ ଅଧିକାରୀ ଙ୍କୁ ଭେଟିବାକୁ ଚାହିଁଥିଲେ ସେ ମନା କରିଥିଲେ।ଯେଉଁଠି କୋଟି କୋଟି ଟଙ୍କାର ସୁନା ରୁପା, କୋକିନ,, ଗଂଜେଇ ଚୋରି ରେ ଦୋଷୀ ଖସି ଯାଉଛନ୍ତି ସେଠି ସାମନ୍ୟ ବିସ୍କୁଟ ଚୋରି ଅଭିଯୋଗରେ ଏହି ପରି ଘଟଣା ଘଟିବ ପୋଲିସ ଉପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।