ଜେଲ୍ ଯିବାକୁ ମାଲ୍ୟାଙ୍କ ଡର
ନୂଆଦିଲ୍ଲୀ, (ଏଜେନ୍ସି): ବ୍ୟାଙ୍କ୍କୁ ହଜାରେ କୋଟି ଟଙ୍କାଠକି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଗୁରୁବାର ଅନେକ ଟ୍ୱିଟ୍ କରି ପୁଣି ଥରେ ବ୍ୟାଙ୍କ୍ର ବକେୟା ରାଶି ପେମେଣ୍ଟ କରିବାକୁ କହିଛି । ବୁଧବାର ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଭାଷଣର ପ୍ରତିକ୍ରିୟା ପରେ ମାଲ୍ୟାଙ୍କ ଏହି ସୂଚନା ସମ୍ମୁଖକୁ ଆସିଛି । ବୁଧବାର ସଂସଦରେ ଦେଥିବା ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ଶୁଣିଥିବା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ୯ହଜାର କୋଟି ଟଙ୍କା ନେଇ ପଳାୟନ କରିଥିବା ଜଣେ ଅଜଣା ବ୍ୟକ୍ତିଙ୍କ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି । ତେବେ ମିଡ଼ିଆ ସୂଚନାନୁସାରେ ଅନୁମାନ ଲଗାଯାଇପାରେ ଯେ ସେହି ଅଜଣା ବ୍ୟକ୍ତିଙ୍କ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ ଆକ୍ଷେପ ତାଙ୍କ ଆଡ଼କୁ ହୋଇଥିବା ମାଲ୍ୟା ଉଲ୍ଲେଖ କରିଛନ୍ତି । ସେ ଆଉ ଏକ ଟ୍ୱିଟ୍ରେ କହିଛନ୍ତି ଯେ ମୁଁ ଆଦରପୂର୍ବକ ପଚାରୁଛି ଯେ ଯେତେବେଳେ ମୁଁ ଟଙ୍କା ଦେବାକୁ ପ୍ରସ୍ତୁତ ଥିବା ପୂର୍ବରୁ କହିସାରିଛି, ତେବେ ପ୍ରଧାନମନ୍ତ୍ରୀ ନିଜ ବ୍ୟାଙ୍କ୍କୁ ମୋ ଠାରୁ ଟଙ୍କା ନେବାକୁ ନିର୍ଦ୍ଦେଶ କାହିଁକି ଦେଉନାହାଁନ୍ତି, ଯଦ୍ୱାରା ସେ କିଙ୍ଗଫିଶର୍ ଏୟାର୍ଲାଇନ୍ସକୁ ଦିଆଯାଇଥିବା ଋଣର ସମ୍ପୂର୍ଣ୍ଣ ଆଦାୟ ବାବଦରେ ଅତିକମ୍ ଦାବିତ କରିପାରିବେ । ପଳାତକ ମାଲ୍ୟା କହିଛନ୍ତି ଯେ ସେ ବକେୟା ପେମେଣ୍ଟର ଉପସ୍ଥାପନା କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ କରିସାରିଛନ୍ତି । ଏହାକୁ ହାଲୁକାରେ ନେଇ ଖାରଜ କରାଯାଇପାରିବ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ବାସ୍ତବିକ, ଗମ୍ଭିର, ସାଧୁତା ଓ ତକ୍ରାଳ ହାସଲ କରିବାକୁ ଥିବା ଉପସ୍ଥାପନ । ଜଣା ନାହିଁ ବ୍ୟାଙ୍କ୍ କାହିଁକି କିଙ୍ଗ୍ଫିଶର୍ ଏୟାର୍ଲାଇନ୍ସକୁ ଦିଆଯାଇଥିବା ଟଙ୍କା ନେଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ଇଡ଼ି ପକ୍ଷରୁ ମିଡ଼ିଆରେ ପ୍ରକାଶ ପାଇଥିବା ମାଲ୍ୟା ତାଙ୍କ ସମ୍ପତ୍ତି ଲୁଚାଉଥିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଯଦି ସେପରି ହୋଇଥାନ୍ତି, ତେବେ ସେ ତାଙ୍କର ୧୪ହଜାର କୋଟି ଟଙ୍କାର ସମ୍ପତ୍ତି ସମ୍ବନ୍ଧରେ କୋର୍ଟରେ ପ୍ରକାଶ କରିନଥାନ୍ତେ ।
ପ୍ରକାଶ ଯେ ପଳାତକ ଆର୍ଥିକ ଅପରାଧ ଅଧିନିୟମ ଅଧୀନରେ ଗତ ମାସରେ ମାଲ୍ୟାଙ୍କୁ ଏକ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରାଯାଇଥିଲା । ସେ ମାର୍ଚ୍ଚ ୨, ୨୦୧୬ରେ ଦେଶ ଛାଡ଼ି ପଳାୟନ କରିଥିଲେ । ଲଣ୍ଡନର ଏକ କୋର୍ଟ ୨୦୧୮ ଡିସେମ୍ବର ୧୦ରେ ତାଙ୍କୁ ଭାରତ ପ୍ରତ୍ୟର୍ପ୯୯୯୩୩୩୩୩୩ଣର ଆଦେଶ ଦେଇଥିଲେ । ବ୍ରିଟେନ୍ ସରକାର ସୋମବାର ଦର୍ଶାଇଥିଲେ ଯେ ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ବ୍ରିଟେନ୍ର ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ ମିଳିସାରିଛି । ଯାହାକି ମାଲ୍ୟାଙ୍କ ପାଇଁ ଶକ୍ତ ଝଟ୍କା ସଦୃଶ୍ୟ । ତେବେ ତାଙ୍କୁ ଦେଶକୁ ଫେରାଇ ଆଣିବା ଦ୍ୱାରା ଭାରତକୁ ବଡ଼ ବିଜୟ ହାସଲ ହେବ ।