ଜେଲ ପରିଦର୍ଶନ କଲେ ବାଲେଶ୍ୱର ଆଇନ କଲେଜ ଛାତ୍ରଛାତ୍ରୀ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଆଇନ ମହାବିଦ୍ୟାଳୟର ଶେଷବର୍ଷ ଛାତ୍ରଛାତ୍ରୀମାନେ ଜିଲା କାରଗାର ପରିଦର୍ଶନ କରିଛନ୍ତି । ବାଲେଶ୍ୱର ଜେଲର ଅଧୀକ୍ଷକ ଲକ୍ଷ୍ମୀ ମୁଖୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଜେଲ ପରିସର ବୁଲି ଦେଖିବା ସହ ଅନ୍ତେବାସୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ବିଶେଷ କରି ସେମାନଙ୍କ ଜେଲ ଜୀବନର ଅନୁଭୁତି, ବିଭିନ୍ନ ସମସ୍ୟା ସମ୍ପର୍କରେ ଛାତ୍ରଛାତ୍ରୀମାନେ ପଚାରି ବୁଝିଥିଲେ । ଆଇନ ମହାବିଦ୍ୟାଳୟର ଅଧ୍ୟାପକ ଡ. ସନ୍ତୋଷ ରଥଙ୍କ ପ୍ରଚେଷ୍ଟା ଓ ଜେଲ କର୍ତ୍ତୃପକ୍ଷଙ୍କ ସହଯୋଗରେ ଛାତ୍ରଛାତ୍ରୀମାନେ ଜେଲ ପରିଦର୍ଶନ କରିଥିଲେ । ଛାତ୍ର ନବୀନ ସିଂହ, ମଲିକ ରିଜୱାନ, ଉମାଶଙ୍କର ଦାସ, ଶିବଶଙ୍କର ସେଠୀ, ହେମନ୍ତ ଜେନା, ସ୍ୱସ୍ତିକ ଦେ, ଓମପ୍ରକାଶ ଦାଶ, ଛାତ୍ରୀ ଗୌରୀରାଣୀ କର, ଜୟଶ୍ରୀ ବେହେରା, ପ୍ରୀତି ପ୍ରିୟଦର୍ଶିନୀ ପଣ୍ଡା, ଦେବସ୍ମିତା ଦାଶ, ସେହେଜାଦୀ କାଦ୍ରି, ଶୁଭଲକ୍ଷ୍ମୀ ସେଠୀ ପ୍ରମୁଖଙ୍କ ସମେତ ମୋଟ ୨୪ ଜଣ ଜେଲ ପରିଦର୍ଶନ ଟିମରେ ସାମିଲ ହୋଇଥିଲେ ।