ଜୋତ ସେ ଜୋତ ଯଗାଓ ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ଭୁବନେଶ୍ବର ଧଉଳି ଆଶ୍ରମ ଠାରେ ଜୋତ ସେ ଜୋତ ଯଗାଓ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭଦ୍ରକ,ବାଲେଶ୍ଵର,କଟକ,ନୟାଗଡ,ଯାଜପୁର,କେନ୍ଦୁଝର ସମେତ ଭୁବନେଶ୍ବର ସମିତିର ସାଧକ ଭାଇ ମାନେ ଯୋଗ ଦେଇଥିଲେ।ସନ୍ଥ ଶ୍ରୀ ଆଶାରାମଜୀ ଵାପୁ ଅନୁପ୍ରାଣିତ ଶିବିରରେ ସାଧକ ମାନଙ୍କୁ ଵିଭିନ୍ନ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା।ଏହା ଛଡା ଭଜନ କୀର୍ତ୍ତନ ସହିତ ଆଶା ରାମାୟଣ ପାଠ ମହୋତ୍ସବ ଆୟୋଜନ କରାଯାଇଥିଲା।ଵିଶେଷ କରି ଆସନ୍ତା ଡିସେମ୍ବର ୨୫ତାରିଖ ଦିନ ଵିଭିନ୍ନ ଗାଁ ଓ ସହର ମାନଙ୍କରେ ତୁଳସୀ ପୂଜନ ଉତ୍ସବ ଆୟୋଜନ କରିବାକୁ ସାଧକ ମାନଙ୍କୁ ପରାମର୍ଶ ଦିଆଯାଇଥିଲା।ଏହା ବ୍ୟତୀତ ଫେବୃୟାରୀ ୧୪ତାରିଖ ଦିନ ଭାଲେଣ୍ଟାଇନ ଡେ କୁ ବର୍ଜନ କରି ମାତୃପିତୃ ପୂଜନ ମହୋତ୍ସବ ପାଳନ ପାଇଁ ସମିତି ପକ୍ଷରୁ କୁହାଯାଇଥିଲା।