ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ହାଇସ୍କୁଲ ଖେଳପଡିଆ ଠାରେ ୨ ଦିନିଆ ଜୋନାଲ ସ୍ତରୀୟ ଆନ୍ତଃ ବ୍ଲକ  କ୍ରୀଡା ପ୍ରତିଯୋଗିତା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଆୟୋଜିତ କ୍ରୀଡା ପ୍ରତିଯୋଗିତାର ଉଦଘାଟନୀ ଦିବସରେ ବ୍ଲକ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବରେ କ୍ରୀଡା ପ୍ରତିଯୋଗିତା ର ଶୁଭାରମ୍ଭ କରିଥିଲେ । ସେହିପରି  ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ଏସ୍. ଟିକରପଡା ହାଇସ୍କୁଲ ପ୍ରଧାନଶିକ୍ଷକ ବିଜୟ ଚନ୍ଦ୍ର ମହାରଣା , ଫାସିଗୁଡା ହାଇସ୍କୁଲ ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ପ୍ରତିଯୋଗିତା ର ପ୍ରଥମ ଦିବସରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ୧୪୭ ଜଣ  ଛାତ୍ରୀ ଛାତ୍ର ଦୌଡ଼ , ଲମ୍ବା ଡିଆଁ , ହାଇ ଜମ୍ପ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତା ଶନିବାର ଉଦଯାପିତ  ହେବାକୁ ଥିବା ବେଳେ ପ୍ରତିଯୋଗିତା ରେ  କୃତିତ୍ୱ ଅର୍ଜନ କରିଥିବା  ଛାତ୍ରୀ ଛାତ୍ର ଙ୍କୁ ଆଗାମୀ ଦିନରେ ଜିଲା ସ୍ତରରେ ହେବାକୁ ଥିବା କ୍ରୀଡା ମହୋତ୍ସବରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦିଆଯିବ ବୋଲି ଜଣାପଡିଛି ।ଭୀଷ୍ମଗିରି ହାଇସ୍କୁଲ ପ୍ରଧାନଶିକ୍ଷକ ମନୋଜ କୁମାର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ   ସିଆରସିସି ବାବୁଲାଲ ନାୟକ , ଶଙ୍କର ସେଠୀ , ସରୋଜ କାନ୍ତ ସାହୁ , ସରୋଜ ନାୟକ , ମେନସନ ପ୍ରଧାନ ଙ୍କ ସମେତ ବଡ଼ ଖେମୁଣ୍ଡି ହାଇସ୍କୁଲ କ୍ରୀଡା ଶିକ୍ଷକ ଏମ୍ . ଗୌରାଙ୍ଗ ,  ମିଲନ କୁମାର ବେହେରା ଏବଂ ହାଇସ୍କୁଲ  ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ପରିଚାଳନା  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ