ଜୋୟା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପୈାରାଚଂଳ ଶୁଖିଲା ଖାଦ୍ୟ ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୈାରାଚଂଳ ଅନ୍ତର୍ଗତ ପୋଷ୍ଟ ଅଫିସଲେନର ଜୋୟା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପୈାରସଂସ୍ଥା ଅନ୍ତର୍ଗତ ୨୦ନମ୍ବର ୱାର୍ଡର କଜଳାସ୍ଥିତ ମୁଣ୍ଡାବସ୍ତି ଓ କେଳାବସ୍ତିରେ ଗରୀବ ଦିନମଜୁରିଆ ଓ ଦଳିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଜୋୟା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ମହମ୍ମଦ ଅର୍ସଦ ଅଲ୍ଲୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ଶରତ କୁମାର ବେହୁରା ଯୋଗଦେଇ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଏଥିରେ ମୈାଲବୀ ସେକ ଫାୟାଜ,ମହମ୍ମଦ ଅଜମଦ ଅଲ୍ଲୀ, ମୀର ମସଜିଦ,ସ୍ମୃତିରଞ୍ଜନ ସ୍ୱାଇଁ,ସାନୋ ଓ ଗୋରା ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଲକଡାଉନ ଥିବା ପର୍ଯ୍ୟନ୍ତ ପୈାରାଚଂଳର ବିଭିନ୍ନ ଅଚଂଳରେ କରାଯିବ ବୋଲି ଟ୍ରଷ୍ଟର ସଭାପତି ମହମ୍ମଦ ଅଲ୍ଲୀ ସୂଚନା ଦେଇଛନ୍ତି ।