ଜ୍ଞାନଶ୍ରୀ ପକ୍ଷରୁ ବଟ ଅଶ୍ୱସ୍ଥ ବୃକ୍ଷରୋପଣ

ବାଲେଶ୍ୱର(ଯୁଗାବ୍ଦ ନ୍ୟୁଜ୍) ବିଶ୍ୱର ତାପମାତ୍ରା ବଢିବା ଏକ ଉଦବେଗର କାରଣ ହୋଇଥିବାବେଳେ ବୃକ୍ଷରୋପଣ ଦ୍ୱାରା ଏହାର ସମାଧାନ ସମ୍ଭବ । ପରିବେଶ ସୁରକ୍ଷା ଦିଗରେ ବଟ ଅଶ୍ୱସ୍ଥ ବୃକ୍ଷର ଗୁରୁତ୍ୱପୂର୍ଣ ଭୂମିକା ରହିଛି । ଆଗରୁ ଆମ ପୂର୍ବ ପୁରୁଷମାନେ ଗ୍ରାମେଗ୍ରାମେ ବଟ ଅଶ୍ୱସ୍ଥ ବୃକ୍ଷ ସ୍ଥାପନ କରି ପରିବେଶ ସୁରକ୍ଷା କରିବା ସହିତ ବୃକ୍ଷ ଦ୍ୱୟର ବିବାହ କରି ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିଥିଲେ । ଏହି ପରମ୍ପରା ବୃକ୍ଷପ୍ରତି ଆମର ଭଲପାଇବା ପରିପ୍ରକାଶ କରୁଥିବାବେଳେ ସଂସ୍କୃତିର ରକ୍ଷା ହେଉଥିଲା । ଆଧୁନିକ ଚାକଚକ୍ୟରେ ଆମେମାନେ ଏସବୁକୁ ଭୁଲିବାକୁ ବସୁଥିବାବେଳେ ଜ୍ଞାନଶ୍ରୀ ପକ୍ଷରୁ ବଟ ଅଶ୍ୱସ୍ଥ ବୃକ୍ଷର ରୋପଣ ତଥା ବିବାହ କରିବାକୁ ଉଦ୍ୟୋମ ଆରମ୍ଭ ହୋଇଛି । ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ଜ୍ଞାନଶ୍ରୀ ଆନୁକୂଲ୍ୟରେ କୁରୁଡାସ୍ଥିତ ଚନ୍ଦନ ପୋଖରୀ ନିକଟସ୍ଥ ପଡିଆରେ ସଫେଇ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜ୍ଞାନଶ୍ରୀର ଉପଦେଷ୍ଟା ତଥା ରେମୁଣାର ବିଧାୟକ ସୁଧାଂଶୁ ଶେଖର ପରିଡା, ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ କମିଟିର ସଭାପତି ସମାଜସେବୀ ସୁବାସିନୀ ଜେନା ବଟ ଅଶ୍ୱସ୍ଥ ବୃକ୍ଷରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜ୍ଞାନଶ୍ରୀର ସଂପାଦକ ପ୍ରଶାନ୍ତ କୁମାର ପଟେଲ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ଜଳଧର ପଣ୍ଡା, ଦିଲ୍ଲୀପ କୁମାର ନାୟକ, ସୁରେଶ ଚନ୍ଦ୍ର ଗିରି, କାର୍ଯ୍ୟକାରୀ ସଦସ୍ୟ ସନ୍ଦୀପ ପ୍ରଧାନ, ମନୋଜ ରାଉତ, ସଦସ୍ୟା ସୋନାଲିଶିଖା ପାଣିଗ୍ରାହୀ, ସଦସ୍ୟ ରାଜୀବ କୁମାର ମିଶ୍ର, ଶକ୍ତିସାଧନ ଦାସ, ଅଜୟ କୁମାର ସିଂ, ରାଧାକୃଷ୍ଣ ଜୀଉ ଚନ୍ଦନ କମିଟିର ସଦସ୍ୟ ଉମାଶଙ୍କର ନାୟକ, ବିମ୍ବାଧର ସ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଟେକ୍ନୋସଫ୍ଟ ର ଛାତ୍ରଛାତ୍ରୀମାନେ ସହେଯାଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ