ଜ୍ଞାନ ଦିବସ ପାଳନ ସହ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମ ପୂର୍ବାହ୍ନରେ ପ୍ରଥମେ ପ୍ରାର୍ଥନା, ଗୀତା ପଠନ ଏବଂ ଆରତୀ ପରେ ପ୍ରଧାନାଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ଜୀ ଜ୍ଞାନ ପାଞ୍ଚମୀ ତଥା ସରସ୍ଵତୀ ପୂଜା ବିଷୟରେ ବୁଝାଇଥିଲେ l ପିଲାମାନେ ସରସ୍ଵତୀ ବନ୍ଦନା ଏବଂ ବିଭିନ୍ନ ଜଣାଣ ଗାନ କରିଥିଲେ l ଅପରାହ୍ନରେ ସ୍ଥାନୀୟ ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ଡ଼ଃ ବୃଷକେତୁ ଦାସ, ପ୍ରଧାନଶିକ୍ଷକ, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଙ୍କୁ ପୁରାତନ ଛାତ୍ର ସଂସଦ ତରଫରୁ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ବାଳ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ତଥା ସେହି ବିଦ୍ୟାଳୟର ପୁରାତନ ଛାତ୍ର ନିତ୍ୟାନନ୍ଦ ଚୌଧୁରୀ ‘କୃପାଳୁ-ପଞ୍ଚାମୃତ’ ଜଗଦଗୁରୁ ଶ୍ରୀକୃପାଳୁ ମହାରାଜଙ୍କ ଲିଖିତ ଅବିକଳ ଲେଖାକୁ ସମ୍ବର୍ଦ୍ଧନା ଦେଇଥିଲେ l ଡ଼ଃ ଦାସ ଜାନୁଆରୀ 2020 ମସିହାରେ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କୁ ନିମନ୍ତ୍ରଣ କରି ବିଦ୍ୟାଳୟର ଗୌରବ ବଢ଼ାଇବା ସହ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ