ଜ୍ଞାନ ରଂଜନ ହେମ୍ବ୍ରମ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । ସେ ପୂର୍ବରୁ ୨୦୧୨ ମସିହାରୁ ୨୦୧୭ ପର୍ଯ୍ୟନ୍ତ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ,୨୦୧୭ ଧରୁ ସୁଦର୍ଶନପୁର ସରପଞ୍ଚ ଭାବେ ନିଷ୍ଠାର ସହ ଦାୟିତ୍ଵ ସଂପନ୍ନ‌ କରିଥିଲେ । ଚଳିତ ବର୍ଷ ସୁଦର୍ଶନପୁର ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ଦକ୍ଷ ଜନ ପ୍ରତିନିଧି । ଚାକିରୀ ପ୍ରତି ଆକର୍ଷିତ ନ ହୋଇ ସମାଜ ସେବାକୁ ଜୀବନର ବ୍ରତ ମଣିଛନ୍ତି । ରାଇରଙ୍ଗପୁର ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସଦାସର୍ବଦା ତତପର ହେବେ ବୋଲି ଗଣମାଧ୍ୟମକୁ କହିଥିଲେ । ସେ ଅଧ୍ୟକ୍ଷ ପଦ ଗ୍ରହଣ କରିବାପରେ ରାଇରଙ୍ଗପୁର ବ୍ଲକ ବିଭାଗୀୟ ଅଧିକାରୀ ରମାକାନ୍ତ ପଣ୍ଡା, ଜିପିଓ ଅନିଲ ଗିରି, ରାମଚନ୍ଦ୍ର ଗୋପ, ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜେନ୍ଦ୍ର ମାରାଣ୍ଡି,୪୫ ନମ୍ବର ଜିଲ୍ଲାପରିଷଦ ସଦସ୍ୟ ସଚିକାନ୍ତ ମହାନ୍ତି, ୪୬ ନମ୍ବର ଜିଲ୍ଲାପରିଷଦ ସଦସ୍ୟା ଲିପିକା ମଣ୍ଡଳ‌ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ବରିଷ୍ଠ ବିଜେଡ଼ି ନେତା ଡମ୍ବରୁଧର ଦାସ(ନିନା ଦାସ), ଶ୍ରମିକ ନେତା ସୁରାଇ, ନିରଞ୍ଜନ ଗିରି, ରଂଜିତା ଲେଙ୍କା , ଅଭିଷେକ ପଟ୍ଟନାୟକ , ଅଂଜନ ମଣ୍ଡଳ , ପଙ୍କଜ ସିଂ ଏବଂ ଅନ୍ୟ ନେତୃବୃନ୍ଦ ଶୁଭେଚ୍ଛା ଜଣାଇବା ସହ ପରସ୍ପରକୁ ମିଷ୍ଟାନ୍ନ ଖୁଆଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ