ଜୟଦୁର୍ଗା ନଗର ପାର୍କରେ ଜାଗେଶ୍ୱରୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାୟୀ ଯୋଗସାଧନ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଯୋଗ ମଣିଷକୁ ସୁସ୍ଥ ଓ ସୁନ୍ଦର କରିବା ସହ ପ୍ରାଣାୟମ ମନକୁ ସଂଯତରେ ରଖି ଆୟୁ ବୃଦ୍ଧି କରେ । ଅତି ଆନନ୍ଦର କଥା ଯେ, ଭୁବନେଶ୍ୱରର ଜାଗେଶ୍ୱରୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ବମିଖାଲସ୍ଥିତ ଜୟଦୁର୍ଗା ନଗର ପ୍ରମୋଦ ଉଦ୍ୟାନ (ପାର୍କ) ପରିସରରେ ଭାରତୀୟ ଯୋଗ ସଂସ୍ଥାନ ଦ୍ୱାରା ଇତି ମଧ୍ୟରେ ଏକ ସ୍ଥାୟୀ ଯୋଗ ସାଧନ କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି । ପ୍ରାତଃ ୬.୩୦ ମିନିଟ୍‌ରେ ପ୍ରାରମ୍ଭିତ ଯୋଗ ଶିବିରକୁ ୩୩ ନମ୍ବର ୱାର୍ଡ଼ର କର୍ପୋରେଟର ଧରିତ୍ରୀ ଜେନା ଉଦ୍‌ଘାଟନ କରି ସମସ୍ତ ଜୟଦୁର୍ଗା ନଗରବାସୀ ବିଶେଷ ଭାବେ ମହିଳା ଏବଂ ପ୍ରାତଃ ଭ୍ରମଣକାରୀମାନେ ଏହାର ସୁଯୋଗ ନେବାକୁ ଆହ୍ୱାନ ଦେଇଥିଲେ ।ଭାରତୀୟ ଯୋଗ ସଂସ୍ଥାନର ଓଡ଼ିଶା ପ୍ରାନ୍ତ ମୁଖ୍ୟ ସୁରେଶ କୁମାର ମହାପାତ୍ର ଶିବିରକୁ ପରିଚାଳନା କରି ଯୋଗରୁ କିପରି ବିଭିନ୍ନ ରୋଗର ନିରାକରଣ ହୋଇପାରିବ ତାହା ବୁଝାଇଥିଲେ । ପ୍ରାନ୍ତର ସଦସ୍ୟ ପ୍ରଶିକ୍ଷକ ଏମ୍‌. ରାମେୟା ରେଡିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସର୍ବଶ୍ରୀ ବୁଦ୍ଧଦେବ ମୁଣ୍ଡା, ଭିଏସ୍‌ଏସ୍ ନଗର ଯୋଗଜିଲ୍ଲା ପ୍ରଧାନ, ପ୍ରତ୍ୟୁଷ କୁମାର ନାୟକ, ରଶ୍ମିରେଖା ସ୍ୱାଇଁ, ବବିତା ରାଉତ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ଯୋଗାଭ୍ୟାସ କରାଇଥିଲେ । ଉଦ୍‌ଘାଟନ ଉତ୍ସବରେ ଅତିଥି ଭାବେ ଡାକ୍ତର ରୀତେଶ ଅଗ୍ରୱାଲ, କେ.ଏନ୍‌. ଖଟାଇ, ସମାଜସେବୀ ମନୋରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଯୋଗର ଉପକାରିତା ଏବଂ ଭାରତୀୟ ଯୋଗ ସଂସ୍ଥାନର ନିଃଶୁଳ୍କ ଯୋଗ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ।ଜାଗେଶ୍ୱରୀ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ବିଷ୍ଣୁପ୍ରିୟା ସାମନ୍ତରାୟ ଟ୍ରଷ୍ଟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଆଭାସ ପ୍ରଦାନ କରି ତାଙ୍କ ଅନୁଷ୍ଠାନ ପ୍ରାୟୋଜିତ ନିଃଶୁଳ୍କ ଯୋଗ ସାଧନ କେନ୍ଦ୍ରର ସୁଯୋଗ ନେବାକୁ ନିବେଦନ କରିଥିଲେ । ସମାଜସେବୀ ତଥା ଅନୁଷ୍ଠାନର ଉପଦେଷ୍ଟା ମନୋରଞ୍ଜନ ମହାନ୍ତି ଅତିଥି ଭାବେ ଯୋଗଦେଇ ଭାରତୀୟ ଯୋଗ ସଂସ୍ଥାନର ନିଃଶୁଳ୍କ ସେବାମୂଳକ କାର୍ଯ୍ୟକୁ ଜୟଦୁର୍ଗାନଗର ବାସିନ୍ଦାଙ୍କ ନିକଟରେ ପହଞ୍ଚାଇ ଥିବା ଜାଗେଶ୍ୱରୀ ଚାରିଟେବୁଲ ଟ୍ରଷ୍ଟର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଶେଷରେ ଅନୁଷ୍ଠାନର ସଦସ୍ୟା ରାଜଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶ୍ରୀ ବୀରେନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ଆଶୀଷ ସାମନ୍ତରାୟ, ଗୀତାଞ୍ଜଳି ରାଉତ, ବୈଜୟନ୍ତୀ ମହାପାତ୍ର, ପ୍ରେମଲତା ପାତ୍ର, ସୁଜାତା ମହାନ୍ତି, ଗାୟତ୍ରୀବାଳା ପଣ୍ଡା, ସରସ୍ୱତୀ ସାହୁ, ମଞ୍ଜୁବାଳା ସାହୁ, ବନଶ୍ରୀ ପଟ୍ଟନାୟକ, ସସ୍ମିତା ପଟ୍ଟନାୟକ, ସୁଭାସିନୀ ଷଡ଼ଙ୍ଗୀ ଓ ନିବେଦିତା ନାୟକ ପ୍ରମୁଖଙ୍କ ପତ୍ୟେକ୍ଷ ସହଯୋଗରେ ଶିବିରର ଉଦ୍‌ଘାଟନ ଉତ୍ସବ ଯୋଗାଭ୍ୟାସ ସହ ସୁନ୍ଦର ଭାବେ ସମାହିତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ପାଇଁ ପ୍ରତ୍ୟେକ ଦିନ ପ୍ରାତଃ ୬.୩୦ ମିନିଟ୍‌ରୁ ୭.୩୦ ମିନିଟ୍ ପର୍ଯ୍ୟନ୍ତ ଭାରତୀୟ ଯୋଗ ସଂସ୍ଥାନର ଅଭିଜ୍ଞ ଯୋଗଗୁରୁ ମାନଙ୍କ ଦ୍ୱାରା ଜୟଦୁର୍ଗା ନଗର ପାର୍କରେ ନିଃଶୁଳ୍କ ଭାବେ ଯୋଗଶିକ୍ଷା ଦିଆଯିବ, ଯାହାର ସୁଯୋଗ ସମସ୍ତ ଅଞ୍ଚଳବାସୀ ନେବାକୁ ଟ୍ରଷ୍ଟ ତରଫରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ