ଜୟଦେବ ଜୟନ୍ତୀ ଓ ଅକ୍ଷୟ ତୃତୀୟା ପାଳିତ

ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ଶ୍ରୀ ଜଗନ୍ନାଥ ମନ୍ଦିର ରେ ପାଳିତ ହୋଇଛି ଜୟଦେବ ଜୟନ୍ତୀ, ପର୍ସୁରାମ ଜୟନ୍ତୀ ସହ ଅକ୍ଷୟ ତୃତୀୟା। ସୋରଡା ଶ୍ରୀ ଜଗନ୍ନାଥ ମନ୍ଦିର ଭଜନ ମଣ୍ଡଳୀ ତରଫରୁ ଜଗନ୍ନାଥ ମନ୍ଦିର ପରିସର ରେ ପାଳିତ ହୋଇଛି ଜୟଦେବ ଙ୍କ ଜୟନ୍ତୀ। ସୋରଡା ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ତଥା ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ସୋରଡା ଶ୍ରୀ ଜଗନ୍ନାଥ ମନ୍ଦିର ଭଜନ ମଣ୍ଡଳୀ ର ବରିଷ୍ଠ ସଦସ୍ୟ ଉମା ଶଙ୍କର ଦାସ ଟ୍ରଷ୍ଟି ଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମ ର ଉଦ୍ୟେଶ କହି ଦୀର୍ଘ ୪୦ ବର୍ଷ ଧରି ଜୟଦେବ ଙ୍କ ଜୟନ୍ତୀ ପାଳନ ହୋଇଆସୁଥିବା କହିଥିଲେ। ଏହି ଅବସର ରେ ଭଜନ ମଣ୍ଡଳୀ ସଦସ୍ୟ ଓ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସର ରେ ସୋରଡା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ସୋରଡା ରଥ ଛକ ଠାରେ ଏକ ଭଜନ କାର୍ଯ୍ୟ କ୍ରମ ର ଆୟୋଜନ କରଯାଇଥିଲା। ମନ୍ଦିର ଟ୍ରଷ୍ଟି ପ୍ରଦୀପ ପ୍ରଜ୍ଵଳନ କରି ଭଜନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ