ଜୟନ୍ତୀନଗର ଯୁବକ ସଂଘ ସମ୍ମାନିତ କଲା ଆଶା କର୍ମୀ ଏବଂ ଅଙ୍ଗନ ୱାଡି କର୍ମୀଙ୍କୁ
ଚୌଦ୍ଵାର, (ଦୀପକ କୁମାର ବେଉରା):ମହାମାରୀ କରୋନା ବିଶ୍ଵ ତଥା ଆମ ଦେଶ ଓ ରାଜ୍ୟ କୁ ଆତଙ୍କିତ କରିଛି । ଏହି ମହାବିପତ୍ତି ସମୟରେ କରୋନା ଯୋଦ୍ଧା ସାଜି ଆଗେଇ ଆସି ଜନସାଧାରଣ ସେବାରେ ନିୟୋଜିତ ରହିଛନ୍ତି ଆଶା କର୍ମୀ ଏବଂ ଅଙ୍ଗନ ୱାଡି କର୍ମୀ। ଏହି କରୋନା ଯୋଦ୍ଧା ମାନଙ୍କ ମନୋବଳ ଓ ନିଷ୍ଠାପରତା କୁ ସମ୍ମାନ ଜଣେଇବା ପାଇଁ ୮ ନମ୍ବର ୱାର୍ଡର ଅଙ୍ଗନ ବାଡି କର୍ମୀ ସବିତା ବାରିକ ଏବଂ ଆଶା କର୍ମୀ ତିଳୋତ୍ତମା ମହାନ୍ତିଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କଲା ଜୟନ୍ତୀ ନଗର ଯୁବକ ସଂଘ । ସଙ୍ଘ ତରଫରୁ ସଭାପତି ନିହାର ରଞ୍ଜନ ରାଉତରାୟ, ସାର୍ଥକ ମହାନ୍ତି, ଶିବାଶିଷ ମହାପାତ୍ର, ଭବାନୀ ଶଙ୍କର ମହାନ୍ତି, ସୃତି ରଞ୍ଜନ ନାଥ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ଟି ୮ ନମ୍ବର ୱାର୍ଡର ଗୋପାଳ ନଗର ଅଙ୍ଗନ ବାଡି ରେ ଅନୁଷ୍ଠିତ ହୋଇଥିଲା


