ଜୟପୁରରେ ସଫ୍ଟୱେର ପାର୍କସ କେନ୍ଦ୍ର ଉଦଘାଟିତ

କୋରାପୁଟ, (ହେମନ୍ତ ପାଣଗ୍ରାହୀ) : କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଉମୁରୀ ଠାରେ ସପ୍ଟୱେର ଟେକ୍ନୋଲୋଜି ପାର୍କସ ଅଫ ଇଣ୍ଡିଆ କେନ୍ଦ୍ର ଉଦଘାଟିତ ହୋଇଯାଇଛି। କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ “ଉତ୍କର୍ଷ ଓଡ଼ିଶା: ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫”, ଜନତା ମୈଦାନ ଭୁବନେଶ୍ବର ଠାରେ ଉଦଘଟାନ କରିଥିଲେ । ଓଡ଼ିଶାରୁ ଭଦ୍ୟୋଗ ଓ ଆଇଟି ରପ୍ତାନୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାରେ ସଫ୍ଟୱେର ଟେକନୋଲୋଜି ପାର୍କସ ଓଫ ଇଣ୍ଡିଆ କେନ୍ଦ୍ର ସ୍ଥାପନ କରାଯାଇଛି। ଜୟପୁର ଠାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ୍,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଜୟପୁର ଉପ ଜିଲ୍ଲାପାଳ ଆକାଭରମ ଶସ୍ୟା ରେଡ୍ଡୀ,ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଏସଟିପିଆଇର ମହାନିର୍ଦ୍ଦେଶକ ଅରବିନ୍ଦ କୁମାର,ଏସଟିପିଆଇର ନିର୍ଦ୍ଦେଶକ ସୂର୍ଯ୍ୟ କୁମାର ପଟ୍ଟନାୟକ,ଡେପ୍ୟୁଟି ଡାଇରେକ୍ଟର ସୁଶୀଲ ସେଠୀ, ଜୟପୂର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ଯୋଶୋଦା ଗାଦବା ପ୍ରମୁଖ ଉପସ୍ଥିତ ଥିଲେ। ଏସଟିପିଆଇ କେନ୍ଦ୍ର ନିର୍ମାଣ ପାଇଁ ଓଡ଼ିଶା ସରକାର ୨.୮୦ ଏକର ଜମି ଆବଣ୍ଟନ କରିବା ସହ ସରକାରୀ ଅନୁଦାନ ପ୍ରଦାନ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ