ଜୟପୁର ପ୍ରେସ୍ କ୍ଲବର ବୈଠକ ବିକାଶମୂଳକ କାର୍ଯ୍ୟରେ ସାମିଲ୍ ପାଇଁ ନିଷ୍ପତି
ଜୟପୁର, (ଓ୍ବାଇଏନ୍ଏସ୍):ଜୟପୁର ପ୍ରେସ୍ କ୍ଲବର ଗୁରୁତ୍ୱପୁର୍ଣ୍ଣ ବୈଠକ ଲେକପ୍ଲାସିଡ ଠାର କ୍ଲବ ସାଧାରଣ ସମ୍ପାଦକ ସୁରେଶ ନାଇଡୁଙ୍କ ଆହ୍ୱାନରେ ଆୟୋଜିତ ହୋଇଛି । କ୍ଲବର ଆଇନ ପରାମର୍ଶଦାତା ଭାବେ ଜୟପୁର ବରିଷ୍ଠ ଆଇନଜୀବି କେ. ଭି.ଏସ ନାନାଜି ଆଚାରିଙ୍କୁ ଚୟନ କରାଯାଇ ଫୁଲ ତୋଡା, ଉତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ବୈଠକରେ ସଭାପତି ସତ୍ୟ ପଟ୍ଟନାୟକ, ଉପ ସଭାପତି ପଦ୍ମନାଭ ହୋତା ଉପସ୍ଥିତ ରହି ଜୟପୁରର ବିକାଶମୂଳକ କାର୍ଯ୍ୟ କରିବା ସହ ସହରର ଟୟଲେଟ ନଥିବାରୁ ସାଧାରଣ ଲୋକ ହଇରାଣ ହେଉଥିବାରୁ କ୍ଲବ ତରଫରୁ ପୌର କାର୍ଯ୍ୟନିର୍ବାହି ଅଧିକାରିଙ୍କୁ ଦାବୀ ପତ୍ର ପ୍ରଦାନ ପାଇଁ ସ୍ଥିର କରାଯାଇଥିଲା । ଏହା ସହ ବୃକ୍ଷରୋପଣ, ଗରିବ ଛାତ୍ର ଛାତ୍ରୀଙ୍କୁ ଖାତା, ପେନ୍ ବଂଟନ କରି ସହରର ବିକାଶମୂଳକ କାର୍ଯ୍ୟରେ ସାମିଲ୍ ହେବା ପାଇଁ ଆଲୋଚନା ହୋଇଥିଲା । ଜିଲା ପ୍ରଶାସନର ବିକାଶମୂଳକ କାର୍ଯ୍ୟରେ କ୍ଲବ ସଦସ୍ୟ ମାନେ ସାମିଲ ହେବା ପାଇ ନିଷ୍ପତି ହୋଇଛି । ଆଗାମି ଦିନରେ ବ୍ଲକର ବାର୍ଷିକ ଉତ୍ସବ ଆୟୋଜନ ନେଇ ବୈଠକରେ ଆଲୋଚନା ହୋଇଥିଲା । ଆଇନଜୀବି ନାନାଚି ଆଚାରି କ୍ଲବର ଆଇନ ପରମର୍ଶଦାତା ଭାବେ ଯୋଗଦେଇ ଖୁସି ପ୍ରକଟ କରିବା ସହ ସାମ୍ବାଦିକଙ୍କୁ ଆଇନ୍ ପରାମର୍ଶ ଦେବା ସହ ସମାଜିକ ମାନସିକ ସ୍ତରରେ ସୁରକ୍ଷା ଦେବାକୁ ପ୍ରତିଶୃତି ଦେଇଥିଲେ । ବୈଠକରେ କାର୍ଯ୍ୟକାରି ସଭାପତି ରବି ନାୟକ, ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ, ସୁବାସ ଦାସ, ଯୁଗ୍ମ ସମ୍ପାଦକ ପବନ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ତରୁଣ ମହାପାତ୍ର, ରଶ୍ମିକାନ୍ତ ରଥ, କେ. ଶ୍ରିନିବାସ ରାଓ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ ।


