ଜୟପୁର ଭିଜିଲାନ୍ସ ପଞ୍ଜାରେ ମାର୍କେଟିଂ ଇନ୍ସପେକ୍ଟର ମମତା ବେହେରା

କୋରାପୁଟ,(ହେମନ୍ତ ପାଣଗ୍ରାହୀ):କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ୍ର କାର୍ଯ୍ୟରତ ମାର୍କେଟିଂ ଇନ୍ସପେକ୍ଟର ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ରଙ୍ଗ ହାତରେ ଧରା ପଡିଛନ୍ତି । ସୂଚନା ମୁତାବକ ଦଶମନ୍ତପୁର ବ୍ଳକ୍ ର ଜଣେ କର୍ମଚାରୀଙ୍କ ମାସିକ ଦରମା ରିଲିଜ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ମମତା ବେହେରା। ଏହି ବିଷୟରେ କର୍ମଚାରୀ ଜଣକ କୋରାପୁଟ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଏହାକୁ ଆଧାର କରି ଜୟପୂର ଭିଜିଲାନ୍ସ ଏସ୍ ପି ପ୍ରଦ୍ୟୁମ୍ନ କୁମାର ଦ୍ଵିବେଦୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା। ଭିଜିଲାନ୍ସ ଦଳ ଯୋଜନା ମୁତାବକ ୨୩ ଡିସେମ୍ବର ୨୦୨୪ ରେ ମାର୍କେଟିଂ ଇନ୍ସପେକ୍ଟର ଶ୍ରୀମତୀ ମମତା ବେହେରା ଅଭିଯୋଗକାରୀ (ବ୍ଲକ୍ ର କଣ୍ଟ୍ରାକ୍ଚୁଆଲ ଷ୍ଟାଫ୍) ଙ୍କ ଠାରୁ କୋରାପୁଟ ଆର୍ ଡି ଅଫିସ୍ ସମ୍ମୁଖରେ ସାତ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡିଶା ଭିଜିଲାନ୍ସ ଦଳ ଦ୍ୱାରା ଫାଶରେ ପଡ଼ିଯାଇଥିଲେ। ସମ୍ପୁର୍ଣ୍ଣ ଲାଞ୍ଚ ଟଙ୍କା ମାର୍କେଟିଂ ଇନ୍ସପେକ୍ଟରଙ୍କ ନିକଟରୁ ଉଦ୍ଧାର କରାଯାଇଥିଲା। ସାକ୍ଷୀଙ୍କ ଉପସ୍ଥିତିରେ ଜବତ ଟଙ୍କା ବେହେରାଙ୍କ ଡାହାଣ ହାତ ଧୋଇବା ଦ୍ଵାରା ଲାଞ୍ଚ ଟଙ୍କା ଗ୍ରହଣ କରିବା ସୁନିଶ୍ଚିତ ହୋଇଥିଲା। ପରିଚାଳନାକୁ ନିଶ୍ଚିତ କରି ବେହେରା ସକରାତ୍ମକ ରାସାୟନିକ ପ୍ରତିକ୍ରିୟାରେ ରଙ୍ଗ ହାତରେ ଧରା ପଡିଛନ୍ତି। ପରେ ଭିଜିଲାନ୍ସ ଟିମ୍ ଶ୍ରୀମତୀ ବେହେରାଙ୍କ ଅଫିସ୍ ରୁମ କୋଠା,ଭଡା ଘର ପୂଜରିପୁଟ କୋରାପୁଟ, ଏବଂ ଶ୍ରୀହରି ନଗର ଆଙ୍କୁଲି ବ୍ରହ୍ମପୁର ରେ ଥିବା ବାସଭବନରେ ଏକକାଳୀନ ସର୍ଚ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି।
ଏହି ସଂପର୍କରେ କୋରାପୁଟ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଚାଲୁରହିଛି ବୋଲି ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ