ଜୟପୁର ରେ କୃଷକ ସମାବେଶ ରାଜନୈତିକ ଉଦ୍ଦେଷ୍ୟ ନେଇ ଚାଷିଙ୍କୁ ଭ୍ରମିତ କରାଯାଉଛି
ଜୟପୁର, (ଓ୍ବାଇଏନ୍ଏସ୍):ରାଜନୈତିକ ଉଦ୍ଦେଷ୍ୟ ନେଇ ଚାଷିଙ୍କୁ ପ୍ରମିତ କରାଯାଉଥିବା ଅଭିଯୋଗ କରିଛି ବିଜେପି । ଦେଶର ବିକାଶ ପାଇଁ କୃଷକ ମାନଙ୍କ ପାଇଁ ଏହି ଆଇନ ପ୍ରଣୟନ କରାଯାଇଥିବା ସହ ଏହି ଆଇନ ଦ୍ୱାରା ଚାଷିର ପ୍ରଗତି ହୋଇପାରିବ ଓ ଦେଶର ବିକାଶ ହୋଇପାରିବ ବୋଲି ଆୟୋଜିତ କୃଷକ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ଜୁଏଲ ଓରାମ ଉପସ୍ଥିତ ଚାଷି ମାନଙ୍କୁ ସଚେତନ କରିଥିଲେ । ଜୟପୁର ବାମୁଣି ଗାଁ ଠାରେ ଆୟୋଜିତ କୃଷକ ସମାବେଶ ରେ ବିରୋଧି ଦଳ ନେତା ପ୍ରଦିପ୍ତ ନାୟକ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, କୃଷକ ମୋଚ୍ଚା ରାଜ୍ୟ ସବାପତି ପ୍ରଦିପ ପୁରୋହିତ, ରାଜ୍ୟ ୁପ ସଭାପତି ବଳଭଦ୍ର ମାଝୀ, ପୁବତନ ସାସଂଦ ଜୟରାମ ପାଙ୍ଗି, ମାଲକାନଗିରି ବିଧାୟକ ଜିଲା ସଭାପତି ଆଦିତ୍ୟ ମାଢି, ଉମରକୋଟ ବିଧାୟକ ନିତ୍ୟନନ୍ଦ ଗଣ୍ଡ. କୃଷକ ମୋଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ, କୋରାପୁଟ ଜିଲା ସଭାପତି ସୁମନ୍ତ ପ୍ରଧାନ, ରାଜ୍ୟ କାଯ୍ୟକାରିଣି ସଦସ୍ୟ ଗୌତମ ସାମନ୍ତରାୟ ଉପସ୍ଥିତ ଅତିଥି ମାନେ କେନ୍ଦ୍ର କୃଷି ବିଲରେ ଚାଷି ଉତ୍ପାଦିତ ଶସ୍ୟର ଉଚିତ ମୁଲ୍ୟ ପାଇବା ସହ ହକ୍ ମଧ୍ୟ ପାଇବେ । ଦଲାଲର ଶୀକର ହେବ ନାହି ବୋଲି ଚାଷି ଙ୍କୁ ସଚେତନ କରିଥିଲେ । ନୁତନ କୃଷି ଆଇନ ସପକ୍ଷରେ ଆଜି ବିଜେପି ତରଫରୁ ଜୟପୁର ଠାରେ ଆନୁଷ୍ଟିତ ହୋଇଛି । ଅନ୍ୟ ପଟେ ଯୁଗାନ୍ତକାରି ପଦକ୍ଷେପ ନେଇଥିବା ପ୍ରଧାନମନ୍ତ୍ରୀ କେବେବି ଭୁଲ ଆଇନ ପ୍ରଣୟନ କରିବେ ନି ବୋଲି ପ୍ରଦିପ ପୁରୋହିତ । ବିରୋଧି ନିଜ ରୈଜନୈତିକ ସ୍ୱାର୍ଥ୍ୟ ପାଇଂ ଚାଷି ଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରିଛି ବିଜେପି । ସଚେତନର ବାତ୍ତା ନେଇଏବେ ଗାଁ ଗାଁ ରେ ପହଞ୍ଚିବାକୁ ଯୋଜନା କରୁଛି ବିଜେପି । କୃଷକ ସମାବେଶ ଏଥିରେ ଅବିଭକ୍ତ କୋରାପୁଟ ଜିଲା ସମେତ ପୋଡଶି କଳାହାଣ୍ଡି ଜିଲାର ଶହ ଶହ ଚାଷିଙ୍କ ସହ ବିଜେପି ନେତା ଓ କର୍ମୀ ଯୋଗଦେଇଥିଲେ । ନୁତନ କୃଷି ଆଇନ ଯୋଗୁଁ ଚାଷି କିପରି ଲାଭ ବାନ ହୋଇ ପାରିବ ସେ ନେଇ ଦଳିୟ ନେତା ଉପସ୍ଥିତ ଚାଷି ଓ କର୍ମୀ ଙ୍କୁ ବୁଝାଇଥିଲେ । ଏହା ସହ ବିରୋଧି ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଚାଷିଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରିଛି ବିଜେପି . ନୁତନ କୃଷି ଆଇନ ଯୋଗୁଁ ଚାଷି ଖୋଲା ବଜାରରେ ନିଜ ଉତ୍ପାଦିତ ଶସ୍ୟ ବିକ୍ରି କରି ଅଧିକ ଳାବ ପାଇପାରିବେ । ସେ ପରି ଅତ୍ୟାବଷ୍ୟକିୟ ଖାଦ୍ୟ ଆଇନ ଉଛେଦ କରି କଳା ବଜାରିକୁ ଦୁର କରିବାକୁ ଏହା ମୋଦି ସରକାରଙ୍କ ବଡ ପଦକ୍ଷେପ ବୋଲି ସାଂସଦ ଜୁଏଲ ଓରାମ କହିଥିଲେ । ସେପରି ରାଜ୍ୟର ବିଭିନ୍ନ ମଣ୍ଡିରେ ଦଲାଲି ଓ ଅନିୟମିତତାକୁ ଓ କାଟନି ଛାଟନିକୁ ପ୍ରସଙ୍ଗ କରି ରାଜ୍ୟ ସରଙ୍କୁ ଟାର୍ଗେଟ କରିଥିଲେ ବିରୋଧି ଧଳ ନେତା ପ୍ରଦିପ୍ତ ନାୟକ ଓ ରାଜ୍ୟ ଭାଜପା କୃଷକ ମୋଚ୍ଚା ସଭାପତି ପ୍ରଦିପ ପୁରୋହିତ । ଆଗାମି ୨୦୨୪ ରେ ରାଜ୍ୟରେ ବିଜେପି ସରକାର ଗଠନ କରିବା ସହ ନୁତନ ସୁଯ୍ୟ ଉଦୟ ହେବ ବୋଲ ିନେତା ମାନେ କହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଖଗେଶ୍ୱର ପୁଜାରି, ତ୍ରିପୁରାରି ଗରଡା, କୁମୁଦ ସାମନ୍ତା, ରାମ ଚନ୍ଦ୍ର ପାଙ୍ଗି, ପଦୁ ମାଝୀ, ଗୌରି ସଙ୍କର ମାଝୀ, ପର୍ଶୁରାମ ମାଝୀ, ପ୍ରଦ୍ମନ ନାୟକ, ଶିବ ଶଙ୍କର ଉଲ୍ଲକା ପ୍ରମୁଖ ଉପସ୍ଥିତ ଥିଲେ ।


